ବୁଡ଼ା ଜାହାଜରେ ବିସ୍ଫୋରଣର ତଦନ୍ତ ଆରମ୍ଭ କଲା ଆମେରିକା…

ଓ୍ବାଶିଂଟନ,୨୬।୬ : ଆମେରିକାର ତଟରକ୍ଷୀ ବାହିନୀ ପର୍ଯ୍ୟଟନ ବୁଡ଼ାଜାହାଜ ବିସ୍ଫୋରଣର କାରଣ ଅନୁସନ୍ଧାନ କରୁଛି। ବୁଡ଼ାଜାହାଜ ଟାଇଟାନିକର ଧ୍ୱଂସାବଶେଷ ଦେଖାଇବାକୁ ଯାଉଥିଲା, କିନ୍ତୁ ଏଥିରେ ବିସ୍ଫୋରଣ ହୋଇ ଜାହାଜରେ ଥିବା ସମସ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲା। କାନାଡା ଏହି ବୁଡ଼ାଜାହାଜ ବିସ୍ଫୋରଣ ଉପରେ ପ୍ରଶ୍ନ ଉଠାଇଛି। ଏଥିସହ କାନାଡାର ପରିବହନ ସୁରକ୍ଷା ବୋର୍ଡ ଟାଇଟାନ ବିସ୍ଫୋରଣର ଅନୁସନ୍ଧାନ କରୁଛି ବୋଲି କହିଛି।

ଆମେରିକାର କୋଷ୍ଟଗାର୍ଡର ମୁଖ୍ୟ ଅନୁସନ୍ଧାନକାରୀ କ୍ୟାପଟେନ ଜେସନ ନେଉବାଉର କହିଛନ୍ତି,ମୋର ପ୍ରାଥମିକ ଲକ୍ଷ୍ୟ ହେଉଛି ସମଗ୍ର ବିଶ୍ୱରେ ସାମୁଦ୍ରିକ ଜୋନର ସୁରକ୍ଷାକୁ ବଢ଼ ାଇବା ପାଇଁ ଆବଶ୍ୟକ ସୁପାରିଶ କରି ଏହିପରି ଘଟଣାକୁ ରୋକିବା ।

ନେଉବାଉର୍‌ କହିଛନ୍ତି ତଟରକ୍ଷୀ ବାହିନୀ ତଦନ୍ତ ଆରମ୍ଭ କରିଛି ଏବଂ ପ୍ରମାଣ ସଂଗ୍ରହ ପାଇଁ ଏଫବିଆଇ ସହିତ କାର୍ଯ୍ୟ କରୁଛି। ଏହି ଅନୁସନ୍ଧାନ ସମଗ୍ର ବିଶ୍ୱରେ ବୁଡ଼ାଜାହାଜ କାର୍ଯ୍ୟ ପାଇଁ ସୁରକ୍ଷା ଢାଞ୍ଚାରେ ଉନ୍ନତି ଆଣିବା ପାଇଁ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ଏବଂ ଅନ୍ୟାନ୍ୟ ଗୋଷ୍ଠୀ ସହ ଅଂଶୀଦାର ହେବ।

କୋଷ୍ଟଗାର୍ଡ ମୃତ୍ୟୁବରଣ କରିଥିବା ପାଞ୍ଚ ଜଣଙ୍କ ପରିବାର ସହ ଯୋଗାଯୋଗରେ ଅଛନ୍ତି। ଘଟଣାସ୍ଥଳରେ ଅନୁସନ୍ଧାନକାରୀମାନେ ସମସ୍ତ ସତର୍କତା ଅବଲମ୍ବନ କରୁଛନ୍ତି ବୋଲି ସେ କହିଛନ୍ତି।

Share