କରୋନା ଲଢେଇରେ ଆମେରିକା ନେଲା ବଡ ପଦକ୍ଷେପ, ଟିକାର ବୁଷ୍ଟର ଡୋଜକୁ ମିଳିଲା ମଞ୍ଜୁରୀ

ୱାଶିଂଟନ,୨୦ ।୧୧: ବୟସ୍କ ବା ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ପାଇଁ ଆମେରିକା କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜକୁ ମଞ୍ଜୁରୀ ପ୍ରଦାନ କରିଛି । ଟିକା ନିର୍ମାଣକାରୀ କମ୍ପାନୀ ଫାଇଜର ଓ ମର୍ଡନା ପକ୍ଷରୁ ଏହି ସୂଚନା ଦିଆଯାଇଛି । ମର୍ଡନାର ସିଇଓ ଷ୍ଟିଫନ ବୈସେଲ କହିଛନ୍ତି, ଆପାତକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିବା ଗରୁତ୍ୱପୂର୍ଣ୍ଣ କଥା । ଏହା ମହତ୍ୱପୂର୍ଣ୍ଣ ସମୟରେ ମିଳିଛି । କାରଣ ଏବେ ଆମେ ଶୀତଋତୁରେ ପ୍ରବେଶ କରିବାକୁ ଯାଉଛେ ଆଉ ସାରା ଦେଶରେ ଏହି ସମୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବା ସହ ହସ୍ପିଟାଲରେ ବି ବେଡ୍‌ର ଅଭାବ ପଡୁଛି । ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେଶନ(ଏଫ୍‌ଡିଆଇ) ମର୍ଡନା ଓ ଫାଇଜରର କୋଭିଡ ବୁଷ୍ଟର ସର୍ଟକୁ ବୟସ୍କମାନଙ୍କ ପାଇଁ ଅନୁମତି ଦେଇଛି । ସାଧାରଣ ଜନତାଙ୍କୁ ଅତିରିକ୍ତ ମାତ୍ରା ଦେବାପାଇଁ ଏହି ନିଷ୍ପତ୍ତି ବାଇଡେନ ପ୍ରଶାସନର ଏକ ଗୁରୁତ୍ପବୂର୍ଣ୍ଣ ଭାଗକୁ ପୂରଣ କରିଛି ବୋଲି କୁହାଯାଉଛି ।

Share