ଭେନଜୁଏଲା ରାଷ୍ଟ୍ରପତି ନିକୋଲସଙ୍କୁ ମାନ୍ୟତା ଦେବାକୁ ମନାକଲା ଆମେରିକା…

ଓ୍ବାଶିଂଟନ,୪।୧ : ଭେନଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆଇନଗତ ମାନ୍ୟତା ଦେବାକୁ ଆମେରିକା ମନା କରିଦେଇଛି। ହ୍ବାଇଟ ହାଉସ ଏକ ବିବୃତ୍ତି ଜାରି କରି କହିଛି ଯେ ଏହା ମଦୁରୋଙ୍କୁ ରାଷ୍ଟ୍ରପତି ଭାବରେ ଗ୍ରହଣ କରେ ନାହିଁ। ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି ଯେ ତାଙ୍କ ଦେଶ ୨୦୧୫ ରେ ଭେନଜୁଏଲାର ଗଣତାନ୍ତ୍ରିକ ଭାବରେ ଗଠିତ ଜାତୀୟ ସଭାକୁ ଦେଶର ଶେଷ ଅନ୍ତିମ ଗଣତାନ୍ତ୍ରିକ ଅନୁଷ୍ଠାନ ଭାବରେ ସ୍ବୀକୃତି ପ୍ରଦାନ ଜାରି ରଖିବେ। ନିକୋଲାସ ମଦୁରୋଙ୍କୁ ସ୍ବୀକୃତି ପ୍ରଦାନ କରାଯିବ ନାହିଁ।

ସୂଚନାଯୋଗ୍ୟ, ଆମେରିକା ବିରୋଧୀଦଳର ନେତା ଜୁଆନ ଗୁଏଡୋଙ୍କୁ ଭେନଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଭାବରେ ସ୍ବୀକୃତି ଦେଇଛି। ଆମେରିକାର ବିବୃତ୍ତି ଅନୁଯାୟୀ, ନେଡ ପ୍ରାଇସ କହିଛନ୍ତି ଯେ ୨୦୨୪ ଭେନଜୁଏଲା ନିର୍ବାଚନ ପାଇଁ ନିକୋଲାସ ମାଦୁରୋ ଉପରେ ମିଳିତ ବିରୋଧୀ ଫ୍ରଣ୍ଟ ସହ ମେକ୍ସିକୋ ଆଲୋଚନାରେ ଅର୍ଥପୂର୍ଣ୍ଣ ଅଗ୍ରଗତି ପାଇଁ ଆମେ ଆଗକୁ ବଢ଼ିବା ଜାରି ରଖିବୁ। ସେ କହିଛନ୍ତି ଯେ ଭେନଜୁଏଲା ଲୋକଙ୍କୁ ମାନବିକ ସଙ୍କଟ ଦୂର କରିବାରେ ଆମେରିକା ସହାୟତା ଜାରି ରଖିବ। ୨୦୧୭ ପରଠାରୁ ଆମେରିକା ୨.୩ ବିଲିୟନ ଡଲାରରୁ ଅଧିକ ମାନବିକ ସହାୟତା ଯୋଗାଇ ଦେଇଛି।

Share