ପ୍ରତିଶୋଧ ନେଲା ଆମେରିକା, ଆଇଏସ୍‌ ଗଡ଼ରେ ବୋମାମାଡ଼…

ଓ୍ବାଶିଂଟନ/କାବୁଲ,୨୮।୮: ଆଫଗାନିସ୍ତାନର ଆଇଏସ୍‌ ଗଡ଼ରେ ଆମେରିକା ପକ୍ଷରୁ ବୋମାମାଡ଼ କରାଯାଇଛି। ଏପରି କରି ଆମେରିକା କାବୁଲ ଆକ୍ରମଣର ପ୍ରତିଶୋଧ ନେଇଛି। କାବୁଲରେ ଆଇଏସ୍‌ ଦ୍ୱାରା ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆମେରିକାର ୧୩ ସୈନ୍ୟଙ୍କ ମୃତ୍ୟୁ ଘଟିବାର କିଛି ଘଣ୍ଟା ମଧ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଶନିବାର ଆଫଗାନିସ୍ତାନର ଆଇଏସ୍‌ ଗଡ଼ କୁହାଯାଉଥିବା ନାଙ୍ଗରହାର ପ୍ରଦେଶରେ ଆମେରିକା ମାନବ ବିହିନୀ ବିମାନ ଦ୍ୱାରା ବୋମାମାଡ଼ କରାଯାଇଛି।
ଏହି ପାଲଟା ଆକ୍ରମଣରେ ବହୁ ଆଇଏସ୍‌ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ କୌଣସି ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟି ନାହିଁ ବୋଲି ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି। ସେଣ୍ଟ୍ରାଲ କମାଣ୍ଡର କ୍ୟାପଟେନ ବିଲ ଅର୍ବନ କହିଛନ୍ତି ଯେ, ଆଫଗାନିସ୍ତାନର ନାଙ୍ଗହାର ପ୍ରଦେଶରେ ଜୋରଦାର ଏୟାର ଷ୍ଟ୍ରାଇକ କରାଯାଇଛି। ଏଥିରେ ବହୁ ଆଇଏସ ଆତଙ୍କବାଦୀଙ୍କ ଜୀବନ ଯାଇଥିବା ସେ କହିଛନ୍ତି।

Share