ସ୍କୁଲରେ ଗୁଳିକାଣ୍ଡ: ୨ ଛାତ୍ର ମୃତ

ଓ୍ବାଶିଂଟନ୍‌,୨୪।୧: ପୁଣି ଆମେରିକାରେ ଗୁଳିକାଣ୍ଡ ଘଟଣା ଘଟିଛି। ଆଇଓଓ୍ବାର ଡେସ ମୋଇନ୍ସରେ ସ୍କୁଲରେ ଗୁଳି ବିନିମୟରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଶିକ୍ଷକ ଆହତ ହୋଇଥିଲେ। ପଚରାଉଚରା ପାଇଁ ପୋଲିସ ଅନେକ ଅଭିଯୁକ୍ତଙ୍କୁ ଅଟକ ରଖିଛି।
ଆମେରିକାର ଗଣମାଧ୍ୟମ ଅନୁଯାୟୀ, ଡେସ ମୋଇନ୍ସ ଆଇୱା ଚାଟର୍ର୍‌ ସ୍କୁଲରେ ଏହି ଗୁଳିକାଣ୍ଡ ଘଟିଛି। ଗୁଳି ବିନିମୟରେ ଆହତ ଛାତ୍ରମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ତେବେ ଏହି ଘଟଣାର ଅନୁସନ୍ଧାନ କରୁଥିବା ଅଧିକାରୀମାନେ ଗୁଳି ଚଳାଇଥିବା ଅଭିଯୁକ୍ତଙ୍କ ନାମ ଏପର୍ଯ୍ୟନ୍ତ ପ୍ରକାଶ କରି ନାହାଁନ୍ତି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି।

Share