ସଂଶୋଧିତ କୃଷି ଆଇନକୁ ସ୍ବାଗତ କଲା ଆମେରିକା

ଓ୍ବାଶଂଟନ,୪।୨: ଭାରତରେ କୃଷି ଆଇନକୁ ନେଇ ଚାଷୀ ସଂଗଠନଙ୍କ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏନେଇ ଏବେ ଆମେରିକା ମୁହଁ ଖୋଲିଛି। କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସରକାର ଭାରତୀୟ ପ୍ରସଙ୍ଗ ଉପରେ ସିଧାସଳଖ ମନ୍ତବ୍ୟ ଦେଇଛନ୍ତି। ଆମେରିକା ବହିର୍ବ୍ୟପାର ପ୍ରବକ୍ତା କହିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେବା ଆବଶ୍ୟକ। କୃଷି କ୍ଷେତ୍ରର ବିକାଶ ପାଇଁ କରାଯାଇଥିବା ସଂଶୋଧନକୁ ଆମେରିକା ପକ୍ଷରୁ ସ୍ବାଗତ କରୁଛି ବୋଲି ପ୍ରବକ୍ତା କହିଛନ୍ତି। ଦିଲ୍ଲୀର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ ନେଇ ପ୍ରବକ୍ତା କହିଛନ୍ତି ,ଯେ ଏହି ସେବା ଗଣତନ୍ତ୍ରର ଅଂଶବିଶେଷ। ଏହା ଖବର ପ୍ରସାର କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ସେ କହିଛନ୍ତି।

Share