ୟୁକ୍ରେନ୍‌କୁ ୪୫ ବିଲିୟନ ଡଲାର ସହାୟତା ଦେବ ଆମେରିକା, ସଦନରେ ପ୍ରସ୍ତାବ ପାରିତ…

ଓ୍ବାଶିଂଟନ,୨୪।୧୨ : ୟୁକ୍ରେନ ପାଇଁ ଆମେରିକା୪୫ ବିଲିୟନ ଡଲାର ସହାୟତା ପ୍ୟାକେଜକୁ ଅନୁମୋଦନ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ରରେ ସାହାଯ୍ୟ କରୁଥିବା ଆମେରିକା ପ୍ରଥମେ ୟୁକ୍ରେନକୁ ଏହାର ପୃଥୱୀ ମିସାଇଲ ପ୍ରତିରକ୍ଷା ପ୍ରଣାଳୀ ଦେବାକୁ ଘୋଷଣା କରିବା ପରେ ଏବେ ୟୁକ୍ରେନକୁ ସହାୟତା କରିବା ପାଇଁ ସରକାରଙ୍କ ଦାବିକୁ ଆମେରିକା ସଦନ ଅନୁମୋଦନ କରିଛି। ଏହି ସାହାଯ୍ୟ ଅସ୍ତ୍ରଶସ୍ତ୍ର ସହିତ ନଗଦ ଅର୍ଥ ଆକାରରେ ପ୍ରଦାନ କରାଯିବ।

ଯାହା ଦ୍ୱାରା ୟୁକ୍ରେନର ଅର୍ଥନୀତିରେ ସୁଧାର ସହିତ ରୁଷିଆକୁ ମଧ୍ୟ ଉପଯୁକ୍ତ ଉତ୍ତର ଦିଆଯାଇପାରିବ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ବିଲ ସହିତ ଆମେରିକା ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ଖର୍ଚ୍ଚ ପାଇଁ ବିପୁଳ ପରିମାଣର ଅନୁମୋଦନ ମଧ୍ୟ ଦିଆଯାଇଛି।

Share