କରୋନା ଭୂତାଣୁ ଲିକ୍‌ ସମ୍ପର୍କିତ ତଥ୍ୟ ସାର୍ବଜନୀନ କରିବ ଆମେରିକା: ବାଇଡେନଙ୍କ ମଞ୍ଜୁରୀକୁ ଅପେକ୍ଷା…

ଓ୍ବାଶିଂଟନ,୧୩।୩ : କରୋନା ମହାମାରୀର ଉତ୍ପତ୍ତି ସହ ଜଡିତ ସମସ୍ତ ସୂଚନା ପ୍ରସ୍ତୁତ କରିବାକୁ ଆମେରିକା ସଂସଦ ସର୍ବସମ୍ମତି କ୍ରମେ ଏକ ବିଲ ଅନୁମୋଦନ କରିଛି। ଏହାର ଲିକ୍‌ ବିଷୟରେ ସର୍ବସାଧାରଣ ସୂଚନା ଦେବାକୁ ବିଲ ନ୍ୟାଶନାଲ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକଙ୍କୁ କହିଛି। ଏହି ବିଲ ଅନୁମୋଦନ ପାଇଁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିକଟକୁ ପଠାଯାଇଛି।

ବାଇଡେନଙ୍କ ଅନୁମୋଦନ ପାଇବା ମାତ୍ରେ ଏହା ଆମେରିକାରେ ଆଇନର ରୂପ ନେବ ଏବଂ ସମସ୍ତ ତଥ୍ୟ ସାର୍ବଜନୀନ କରାଯିବ। ତେବେ ଏହା ସାର୍ବଜନୀନ ହେଲେ ଚାଇନା ସର୍ବାଧିକ କ୍ଷତିଗ୍ରସ୍ତ ହେବ। ଏହି କାରଣରୁ ଚାଇନା ଆମେରିକାକୁ ସମାଲୋଚନା କରିବା ଆରମ୍ଭ କରି ଦେଇଛି।

ଆମେରିକାର ଏହି ପଦକ୍ଷେପ ଏହାର ଫଳପ୍ରଦ ପରୀକ୍ଷା ଜେନେଟିକ ଇଞ୍ଜିନିୟରିଂ ସାର୍ସ କୋଭ୍‌-୨ ଭୂତାଣୁ ଏବଂ ଫ୍ଲୁ ଭାଇରସ ଚିକିତ୍ସା ପାଇଁ ଲାଭଜନକ। କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ କରାଯାଇଥିବା କରୋନା ଭୂତାଣୁ ଲିକ୍‌ ସମ୍ପର୍କରେ ପର୍ଦ୍ଦାଫାଶ କରିବାକୁ ଏହା ଲକ୍ଷ୍ୟ ରଖିଛି। ଚାଇନାର ହୁବେଇ ପ୍ରଦେଶର ଉହାନ ଲ୍ୟାବରୁ ଏହି ଭୂତାଣୁ ଲିକ ହୋଇଥିବା ଆଶଙ୍କା କରାଯାଉଛି। ତେବେ ଏହା ସାର୍ବଜନୀନ ହେଲେ ସତକଥା ବାହାରକୁ ଆସିବ ବୋଲି ଅର୍ନ୍ତଜାତୀୟସ୍ତରରେ ଚର୍ଚ୍ଚା ହେଉଛି।

Share