କିମ୍‌ଙ୍କ ଉପରେ ନଜର ରଖିବ ଆମେରିକା, ପର୍ଦ୍ଦଫାଶ ପାଇଁ ଖର୍ଚ୍ଚ କରିବ ୪୦୦ କୋଟି…

ଓ୍ବାଶିଂଟନ,୧୭।୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ଉପରେ ଆମେରିକା ନଜର ରଖିଛି। କିମ୍‌ଙ୍କର ପର୍ଦ୍ଦାଫାଶ ପାଇଁ ଆମେରିକା ନିଜର ସମ୍ପୂର୍ଣ୍ଣ ଶକ୍ତି ବ୍ୟବହାର କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କିମ୍‌ଙ୍କର ଗୁପ୍ତ କାର୍ଯ୍ୟକଳାପ ଜାଣିବା ପାଇଁ ଆମେରିକା ୪୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛି। ଏକ ବ୍ୟାପକ ବାର୍ଷିକ ପ୍ରତିରକ୍ଷା ଖର୍ଚ୍ଚ ପ୍ୟାକେଜ ର ଅଂଶ ଭାବରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଡିସେମ୍ବର ଶେଷ ସୁଦ୍ଧା ଉତ୍ତର କୋରିଆ ସେନ୍ସରଶିପ ଏବଂ ସର୍ଭିଲାନ୍ସ ଆକ୍ଟରେ ଅଟୋ ୱାର୍ମବିୟର କାଉଣ୍ଟରିଂ ରେ ହସ୍ତାକ୍ଷରକରିଛନ୍ତି।

ଏହି କାର୍ଯ୍ୟ ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ସମ୍ମତିର ଉଦ୍ଦେଶ୍ୟ ହେଉଛି ଉତ୍ତର କୋରିଆର ସର୍ବବ୍ୟାପୀ ସେନ୍ସର ଏବଂ ଏହାର ନାଗରିକଙ୍କ ଉପରେ ନଜର ରଖିବା। ଆମେରିକାର ଛାତ୍ର ୱାର୍ମବିୟରଙ୍କ ନାମରେ ଏହି ଅପରେଶନ ନାମକରଣ କରାଯାଇଛି ଯିଏ ୨୦୧୬ ମସିହାରେ ପ୍ୟୋଙ୍ଗୟାଙ୍ଗରେ ବିଦ୍ରୋହ ପାଇଁ ଗିରଫ ହୋଇଥିଲେ ଏବଂ ପୋଷ୍ଟର ଚୋରି ଅଭିଯୋଗରେ ତାଙ୍କୁ ୧୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହା ପରେ ତାଙ୍କୁ ଜେଲରେ ମାଡ ଦିଆଯାଇଥିଲା ଏବଂ ୨୨ ବର୍ଷିୟ ୱାର୍ମବିୟରଙ୍କର ୬ ଦିନ ପରେ ଓହିଓର ଏକ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା।

ଏହି ଅପରେଶନ ଅନ୍ତର୍ଗତ ଆମେରିକା ଗ୍ଲୋବାଲ ମିଡିଆ ଏଜେନ୍ସିକୁ ପାଣ୍ଠି ଦିଆଯିବ। ଯାହାକି ଆମେରିକା ସରକାରଙ୍କ ପାଇଁ ଏକ ପ୍ରଚାର ସଂଗଠନ ଭାବରେ କାର୍ଯ୍ୟ କରିଥାଏ। ଏହା ସାରା ବିଶ୍ୱରେ ସୂଚନା ପ୍ରସାରଣ ଏବଂ ପ୍ରସାର କାର୍ଯ୍ୟ କରିଥାଏ।

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ନିକଟରେ ଅନେକ କ୍ଷେପଣାସ୍ତ୍ର ଉତକ୍ଷେପଣ କରି ଦକ୍ଷିଣ କୋରିଆ, ଜାପାନକୁ ଧମକ ଦେବା କାର୍ଯ୍ୟ କରିଛନ୍ତି। କେବଳ ଏତିକି ନୁହେଁ କିମ ଜୋଙ୍ଗ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ ମାଧ୍ୟମରେ ଆମେରିକାକୁ ଅଡୁଆରେ ପକାଇଛନ୍ତି। ଏଭଳି ପରିସ୍ଥିତିରେ ଆମେରିକା ବର୍ତ୍ତମାନ ଗୁପ୍ତ ଯୋଜନା ପ୍ରସ୍ତୁତ କରି କିମ୍‌ଙ୍କ ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଚାହୁଁଛି।

Share