ଭାରତକୁ ୯୦ ନିୟୁତ ଡଲାର ସାମଗ୍ରୀ ବିକିବ ଆମେରିକା

ଓ୍ବାଶିଂଟନ,୫ା୧୨(ପି.ଟି.): ଭାରତକୁ ୯୦ ନିୟୁତ ଡଲାର ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ଓ ସେବା ବିକ୍ରିକୁ ଶୁକ୍ରବାର ଆମେରିକା ମଞ୍ଜୁରୀ ଦେଇଛି। ଏହା ମଧ୍ୟରେ ରହିଛି ମିଲିଟାରି ହାର୍ଡଓ୍ବେର ଏବଂ ସି-୧୩୦ଜେ ସୁପର ହକ୍ୟୁଲେସ୍‌ ପରିବହନ ବିମାନ ପାଇଁ ସେବା। ଏହି ପ୍ରସ୍ତାବିତ ବିକ୍ରି ଭାରତ-ଆମେରିକା ମଧ୍ୟରେ ପ୍ରତିରକ୍ଷା ନେତୃତ୍ୱକୁ ମଜଭୁତ କରିବା ସହ ନିରାପତ୍ତା ବୃଦ୍ଧିରେ ସହାୟକ ହେବ ବୋଲି ସେଠାକାର ଡିଫେନ୍ସ ସିକ୍ୟୁରିଟି କୋଅପରେଶନ ଏଜେନ୍ସି (ଡିଏସ୍‌ସିଏ) ପକ୍ଷରୁ କୁହାଯାଇଛି। ସେହିପରି ଏହି ସାମରିକ ଉପକରଣ ଓ ସେବା ଭାରତୀୟ ବାୟୁସେନାକୁ ସି-୧୩୦ଜେ ଜରିଆରେ ପରିବହନ ପାଇଁ ମିଶନ ପ୍ରସ୍ତୁତ ସ୍ତରକୁ ଆଣିବାରେ ସମର୍ଥ କରାଇବ ବୋଲି ପେଣ୍ଟାଗନ କହିଛି।

Share