Categories: ଫୁରସତ

ଏକତା ହିଁ ଶକ୍ତି

ଏକତା ହିଁ ଶକ୍ତି। ଏକତା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଭାରତରେ ପ୍ରତିବର୍ଷ ୨୦ ଅକ୍ଟୋବରରେ ଜାତୀୟ ଏକତା ଦିବସ ପାଳନ କରାଯାଇଥାଏ। ସେନା ବାହିନୀଙ୍କୁସମ୍ମାନ ଦେବା ପାଇଁ ଏହି ଦିନ ପାଳନ କରାଯାଏ।
୧୯୬୨ ମସିହାରେ ଏହି ଦିନ ଚାଇନା ଭାରତ ଉପରେ ଆକ୍ରମଣ କରିଥିଲା ଏବଂ ଯୁଦ୍ଧ ୨୧ ନଭେମ୍ବର ୧୯୬୨ ପର୍ଯ୍ୟନ୍ତ ଚାଲିଥିଲା।

୧୯୬୬ ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ଗଠିତ ଏକ କମିଟି ୨୦ ଅକ୍ଟୋବରକୁ ଜାତୀୟ ଏକତା ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ଦେଶରେ ଲୋକଙ୍କ ମଧ୍ୟରେ ଏକତ୍ୱ ଭାବନା ସୃଷ୍ଟି ପାଇଁ ଏହି ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଲୋକଙ୍କ ମଧ୍ୟରେ ସମନ୍ବୟ, ଶାନ୍ତି, ବନ୍ଧୁତା ସୃଷ୍ଟି ସହିତ ଜାତୀୟତା ଭାବନା ଉଦ୍‌ଜୀବିତ ପାଇଁ ଏହି ଦିବସ ପାଳନ ଅବସରରେ ଉଦ୍ୟମ ହୋଇଥାଏ।

Share