Categories: ଫୁରସତ

ଏକତା ହିଁ ସର୍ବଶ୍ରେଷ୍ଠ ଶକ୍ତି

ମଣିଷ ଏକାଠି ରହିଲେ ବିଭିନ୍ନ ସମସ୍ୟାର ସହଜରେ ସମାଧାନ ହୋଇପାରିଥାଏ। ତେଣୁ କୁହାଯାଏ ଏକତା ହିଁ ସର୍ବଶ୍ରେଷ୍ଠ ଶକ୍ତି। ଏକତା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ୨୦ ଅକ୍ଟୋବରରେ ଭାରତରେ ଜାତୀୟ ଏକତା ଦିବସ ପାଳନ କରାଯାଇଥାଏ। ୧୯୬୨ ଅକ୍ଟୋବର ୨୦ରେ ଚାଇନା ୮୦ ହଜାର ସୈନ୍ୟ ନେଇ ଭାରତ ଆକ୍ରମଣ କରିଥିଲା। ଏହି ଯୁଦ୍ଧରେ ବହୁ ଧନ ଜୀବନ, ସମ୍ପତ୍ତି ନଷ୍ଟ ହୋଇଥିଲା। ଭାରତ ଯୁଦ୍ଧରେ ପରାସ୍ତ ହୋଇଥିଲା। କିନ୍ତୁ ସମଗ୍ର ଦେଶ ଏକଜୁଟ ହୋଇ ଚାଇନା କାର୍ଯ୍ୟକଳାପକୁ ନିନ୍ଦା କରିଥିଲା। ଭାରତୀୟଙ୍କ ଦ୍ୱାରା ଯୁଦ୍ଧ ସମୟରେ ଏକ ହୃଦୟସ୍ପର୍ଶୀ ଏକତା, ଏକଜୁଟ ବୋଧ ଏବଂ ଦଳଗତ ଏକତା ପ୍ରଦର୍ଶିତ ହୋଇଥିଲା। ୧୯୬୬ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ଅନ୍ୟ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନେଇ ଏକ ପରାମର୍ଶଦାତା କମିଟି ଗଠନ କରାଯାଇଥିଲା। ଭାରତ-ଚାଇନା ଯୁଦ୍ଧ ସମୟର ଏକତାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ୨୦ ଅକ୍ଟୋବରକୁ ଜାତୀୟ ଏକତା ଦିବସ ରୂପେ ପାଳନ କରିବାକୁ କମିଟି ପକ୍ଷରୁ ଘୋଷଣା କରାଯାଇଥିଲା।

Share