ବିଭାଜନ ନୁହେଁ ଏକତାକୁ ପ୍ରାଥମିକତା ଦିଆଯିବ: ବାଇଡେନ୍‌

ଓ୍ବାଶିଂଟନ,୮।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ୭୭ ବର୍ଷ ବୟସ୍କ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କର ବିଜୟ ହୋଇଛି। ବାଇଡେନ୍‌ ଦେଶର ୪୬ ତମ ରାଷ୍ଟ୍ରପତି ଭାବେ ୨୦ ଜାନୁୟାରୀ ୨୦୨୧ରେ ଶପଥ ନେବେ। ଆମେରିକାର ଜନସାଧାରଣ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦେଶରେ ବିଭାଜନ ନୁହେଁ ଏକତାକୁ ପ୍ରାଥମିକତା ଦିଆଯିବ ବୋଲି ବାଇଡେନ୍‌ କହିଛନ୍ତି। ଏବେ ନିର୍ବାଚନ ଶେଷ ହୋଇଛି। ସଭିଏଁ ମିଳିମିଶି ଦେଶ ପାଇଁ କାମ କରିବାର ସମୟ ଆସିଥିବା ସେ କହିଛନ୍ତି। ପ୍ରତି ରାଜ୍ୟକୁ ସମାନ ଦୃଷ୍ଟିରେ ଦେଖାଯିବ ବୋଲି ବାଇଡେନ୍‌ ପ୍ରତିଶ୍ରୁତି ଦେଇଛନ୍ତି। ଏକଜୁଟ ହୋଇ କାମ କଲେ ଦେଶର ବିକାଶ ସମ୍ଭବ ହେବ ବୋଲି ସେ କହିଛନ୍ତି।

Share