ମାଙ୍କଡ଼ଙ୍କ ଏକତା: ଶିକାର ଖୋଜୁଥିବା ଚିତାବାଘ ଉପରେ କଲେ ଆକ୍ରମଣ,ଭିଡ଼ିଓ ଭାଇରାଲ…

ଜୋହାନ୍ସବର୍ଗ,୧୭।୮ : ଦକ୍ଷିଣ ଆଫ୍ରିକାର ଏକ ଜଙ୍ଗଲ ଅଞ୍ଚଳରେ ମାଙ୍କଡ଼ଙ୍କର ଏକତା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେମାନେ ମିଳିତ ଭାବେ ଏକ ଚିତାବାଘ ଉପରେ ଆକ୍ରମଣ କରି ତାକୁ  ତଡ଼ି ଦେବାରେ ସଫଳ ହୋଇଥିବା ଦେଖିବାକୁ ମିଳୁଛ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରାୟ ୫୦ ଟି ମାଙ୍କଡ଼ ଏକତ୍ର ଚିତାବାଘ ଉପରେ ଆକ୍ରମଣ କରୁଥିବା ଦେଖାଯାଉଛି। ଏହି ସଂଘର୍ଷ ଟ୍ରାଫିକକୁ ବ୍ୟାହତ କଲାବେଳେ ଭିଡିଓ ରେକର୍ଡ କରାଯାଇଥିଲା।

ଚିତାବାଘ ଶିକାର ସନ୍ଧାନରେ ରାସ୍ତା କଡ଼ରେ ବୁଲୁଥିଲା। ଏହି ସମୟରେ ରାସ୍ତାରେ ଏକ ମାଙ୍କଡ ମଧ୍ୟ ଦେଖିବାକୁ ମିଳିଥିଲା। ଚିତାବାଘ ଗୋଷ୍ଠୀ ଉପରେ ଆକ୍ରମଣ କରିବା ପୂର୍ବରୁ ମାଙ୍କଡମାନେ ଚିତାବାଘ ଉପରେ ଆକ୍ରମଣ କରିଥିଲେ। ଭିଡିଓକୁ ଦେଖିଲେ ଲାଗୁଛି ପ୍ରଥମେ ମାଙ୍କଡମାନେ ପଛକୁ ଫେରିବାକୁ ମନସ୍ଥ କରିଥିଲେ, କିନ୍ତୁ ଯେତେବେଳେ ସେମାନେ ସେମାନଙ୍କର ସଂଖ୍ୟା ଅନୁଭବ କଲେ, ସେମାନେ ଚିତାବାଘର ମୁକାବିଲା କରିବାକୁ ଯୋଜନା କଲେ।

ମାଙ୍କଡ଼ମାନେ ଚିତାବାଘକୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଥିବାର ଦେଖିବାକୁ ମିଳୁଛି। ତେବେ ମାଙ୍କଡ଼ଙ୍କ ସଂଖ୍ୟା ଦେଖି ଚିତାବାଘଟି ପଳାଇବା ଛଡା ଅନ୍ୟ କୌଣସି ବିକଳ୍ପ ନ ଥିଲା। ଚିତାବାଘ ପ୍ରଥମେ ସାହସ ଦେଖାଇ ମାଙ୍କଡମାନଙ୍କ ସହିତ ଲଢ଼ିବାକୁ ଚେଷ୍ଟା କଲା, କିନ୍ତୁ ଶେଷରେ ହାର ମାନି ପଳାଇ ଯାଇଥିଲା। ଏହି ଘଟଣା ଯୋଗୁଁ ଅନେକ ଘଣ୍ଟା ଧରି ଟ୍ରାଫିକ ବାଧାପ୍ରାପ୍ତ ହୋଇଥିଲା ।

ଏହି ଭିଡିଓ ସୋସିଆଲ ମିଡିଆରେ ୧୫ ଅଗଷ୍ଟରେ ପୋଷ୍ଟ କରାଯାଇଛି। ଏହାକୁ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ୟୁଟ୍ୟୁବରେ ଦେଖିଥିବାବେଳେ ଅନେକ ଲୋକ ଏହି ଭିଡିଓ ଉପରେ ମନ୍ତବ୍ୟ ମଧ୍ୟ ଦେଇଛନ୍ତି।

Share