ବୁଗୁଡ଼ା,୧୪।୯(ଡି.ଏନ.ଏ.):ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ବୁଗୁଡ଼ା ଏନ୍ଏସିର ବୁଦ୍ଧଖୋଲ ରୋଡ଼ ସାହି ନିବାସୀ ସୁବାସ ଚନ୍ଦ୍ର ପାତ୍ରଙ୍କ ପୁତ୍ର ସୁନୀଲ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସୁବାସ ପରିବା ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଆର୍ଥିକ ଅବସ୍ଥା ସେତେଟା ସ୍ବଚ୍ଛଳ ନୁହେଁ। ତଥାପି ମନଯୋଗ ପୂର୍ବକ ଅଧ୍ୟୟନରତ ସୁନୀଲଙ୍କ ଏହି ସଫଳତା ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛ। ଭବିଷ୍ୟତରେ ଜଣେ ଡାକ୍ତର ହୋଇ ଗରିବଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଥିବା ସୁନୀଲ୍ ଯୁକ୍ତ ୨ ବିଜ୍ଞାନରେ ଉତ୍ତୀର୍ଣ୍ଣ ହେବା ପରେ ସେ ମେଡିକାଲ ପରୀକ୍ଷା ନିମନ୍ତେ ଅନ୍ଲାଇନ୍ ଶିକ୍ଷା ମାଧ୍ୟମରେ ନିଜକୁ ପ୍ରସ୍ତୁତ କରୁଥିଲେ। ଗତଥର ସେ ମେଡିକାଲ
ପ୍ରବେଶିକା ପରୀକ୍ଷାରେ ସଫଳ ହୋଇ ପାରିନଥିବା ବେଳେ ଏଥର ସେ ୬୦୩ ମାର୍କ ସହ ୧୯୫୦୦ ପାହ୍ୟାରେ ରହି ସଫଳତା ହାସଲ କରିଛନ୍ତି।