Categories: ଖେଳ

ସର୍ବଭାରତୀୟ ଓପନ ଗେଟ୍‌ବଲ ୮ରୁ

ଭୁବନେଶ୍ୱର, ୭ା୧(କ୍ରୀଡ଼ା ପ୍ରତିନିଧି): ଭାରତୀୟ ଗେଟ୍‌ ବଲ୍‌ ୟୁନିୟନ (ଆଇଜିୟୁ) ଆନୁକୂଲ୍ୟରେ ଚଳିତମାସ ୮ ଓ ୯ରେ ଭାରତୀୟ ଓପନ ଗେଟ୍‌ବଲ୍‌ ଟୁର୍ନାମେଣ୍ଟ୍‌ ସ୍ଥାନୀୟ କିଟ୍‌ ରଗ୍‌ବୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ବିଭିନ୍ନ ରାଜ୍ୟ ଓ ସଂଘର ମୋଟ ୧୮ଟି ଦଳ ଏଥିରେ ଅଂଶ ଗ୍ରହଣ କରିବେ। କୋଭିଡ୍‌ ନିୟମ ଦୃଷ୍ଟିରୁ
ଚାଇନା, ତାଇୱାନ, ଥାଇଲାଣ୍ଡ ଓ ଜାପାନ ଆଦି ଦଳ ଶେଷ ମୁହୂର୍ତ୍ତରେ ଓହରି ଯାଇଥିବାରୁ ଚଳିତବର୍ଷ ପ୍ରତିଯୋଗିତା ମୁଖ୍ୟତଃ ଭାରତର ଦଳଗୁଡ଼ିକୁ ନେଇ ଖେଳାଯିବ। ଗୁଜରାଟ, ମଧ୍ୟପ୍ରଦେଶ, ତ୍ରିପୁରା, ପଶ୍ଚିମବଙ୍ଗ, ଜମ୍ମୁ-କଶ୍ମୀର, ହରିୟାଣା, ପଞ୍ଜାବ, ହିମାଚଳ ପ୍ରଦେଶ ଓ
ବିହାର ଆଦି ରାଜ୍ୟମାନଙ୍କରୁ ସମୁଦାୟ ୧୩ଟି ଦଳ ଆସି ୭ ତାରିଖ ସୁଦ୍ଧା ଭୁବନେଶ୍ବରରେ ପହଞ୍ଚତ୍ବେ। ଓଡ଼ିଶାର ୫ଟି ଦଳ ସମେତ ମୋଟ ୧୮ଟି ଦଳକୁ ୬ଟି ଗ୍ରୁପ୍‌ କରାଯାଇ ଗ୍ରୁପ୍‌ ପର୍ଯ୍ୟାୟ ଅନୁଷ୍ଠିତ ହେବ। ଲିଗ୍‌ ପର୍ଯ୍ୟାୟ ଶେଷରେ ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ଦଳ ଓ ଦୁଇଟି ଶ୍ରେଷ୍ଠ ଦ୍ୱିତୀୟ ଦଳକୁ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ ସୁଯୋଗ ମିଳିବ। ଏହାପରେ ନକ୍‌ଆଉଟ ପର୍ଯ୍ୟାୟ ହେବ। ଚାମ୍ପିୟନ, ରନରଅପ୍‌ ଏବଂ ପରାଜିତ ଦୁଇ ଦଳକୁ ତୃତୀୟ ସ୍ଥାନୀୟ ଭାବେ ପୁରସ୍କୃତ କରାଯିବ ବୋଲି ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ପ୍ରତିଯୋଗିତାର ସୁପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଛି। ଏଥିରେ ସଭାପତି ପ୍ରକାଶ କୁମାର ବେତାଲା, ସମ୍ପାଦକ ସର୍ବେଶ୍ବର
ବ୍ରହ୍ମାନନ୍ଦ ମହାପାତ୍ର, କୋଷାଧ୍ୟକ୍ଷ ବିଶ୍ବରଞ୍ଜନ ମିଶ୍ର, ଉପସଭାପତି ରଞ୍ଜନ କୁମାର ମିଶ୍ର ଓ ସହକାରୀ ସମ୍ପାଦକ ଗିରିଜା ପ୍ରସନ୍ନ ନାୟକ ରହିଛନ୍ତି। ଗେଟ୍‌ବଲ ଏକ ଚିତ୍ତାକର୍ଷକ କ୍ରୀଡା ହୋଇଥିବାରୁ କ୍ରୀଡ଼ାପ୍ରେମୀ ଏହାକୁ ଉପଭୋଗ କରିବାକୁ ଭାରତୀୟ ଗେଟ୍‌ ବଲ୍‌ ୟୁନିୟନର ସଭାପତି ଦୈପାୟନ ପଟ୍ଟନାୟକ ଅନୁରୋଧ କରିଛନ୍ତି।

Share