ନୂଆଦିଲ୍ଲୀ,୨୭।୨: ଭାରତରେ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ, ମୋଦି ସରକାର ଏକ ନୂଆ ଏବଂ ମହତ୍ୱାକାଂକ୍ଷୀ ପ୍ରକଳ୍ପ ଉପରେ କାମ କରୁଛନ୍ତି, ଯାହାକୁ Universal Pension Scheme: କୁହାଯାଏ। ଏହି ପେନସନ ଯୋଜନା ସମସ୍ତ ନାଗରିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ସୃଷ୍ଟି କରାଯାଉଛି, ଯେଉଁଥିରେ ଅସଂଗଠିତ କ୍ଷେତ୍ରର ଶ୍ରମିକ, ବ୍ୟବସାୟୀ, ସ୍ବନିଯୁକ୍ତ ବ୍ୟକ୍ତି ଏବଂ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତି ଅନ୍ତର୍ଭୁକ୍ତ ହେବେ।
Universal Pension Scheme: ଏକ ସେୱଚ୍ଛାକୃତ ଯୋଜନା ହେବ। ଯେକୌଣସି ବ୍ୟକ୍ତି ଏଥିରେ ଲାଭ ପାଇପାରିବେ, ଯାହା ସେମାନଙ୍କୁ 60 ବର୍ଷ ବୟସ ପରେ ପେନସନ ଦେବ। ଏହି ଯୋଜନା ନିଯୁକ୍ତି ସହିତ ଜଡିତ ନୁହେଁ, ତେଣୁ ସମସ୍ତେ ଏହାର ଲାଭ ପାଇପାରିବେ। ବର୍ତ୍ତମାନ, ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନେ ସରକାରୀ ସଞ୍ଚୟ ଯୋଜନାର ସୁବିଧା ପାଇପାରୁନାହାଁନ୍ତି। ଏହି ଯୋଜନାରୁ ସେମାନେ ସାମାଜିକ ସୁରକ୍ଷା ମଧ୍ୟ ପାଇବେ।
ଏହା ବ୍ୟତୀତ, ସରକାର ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା (PM-SYM), ଜାତୀୟ ପେନସନ ଯୋଜନା (NPS) ଏବଂ ଅଟଳ ପେନସନ ଯୋଜନା ଭଳି ବିଦ୍ୟମାନ ଯୋଜନାଗୁଡ଼ିକୁ ଏହି ନୂତନ ଢାଞ୍ଚାରେ ସାମିଲ କରିବାକୁ ବିଚାର କରୁଛନ୍ତି। ବର୍ତ୍ତମାନ, ଏହି ଯୋଜନାଗୁଡ଼ିକ 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ଯୋଗଦାନ ଉପରେ ମାସିକ 3,000 ଟଙ୍କା ପେନସନ ପ୍ରଦାନ କରନ୍ତି, ଯେଉଁଥିରେ ସରକାର ମଧ୍ୟ ଅବଦାନ ଦିଅନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ସେମାନଙ୍କର ପେନସନ ଯୋଜନାଗୁଡ଼ିକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଉତ୍ସାହିତ କରିପାରିବେ, ଯାହା ଦାରା ସରକାରୀ ଯୋଗାଦନର ସମାନ ବଣ୍ଟନ ହୋଇପାରିବ ଏବଂ ପେନସନ ପରିମାଣ ବୃଦ୍ଧି ପାଇପାରିବ।
Universal Pension Scheme: ଭାରତର ଜନସଂଖ୍ୟାରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୦୩୬ ସୁଦ୍ଧା, ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ସଂଖ୍ୟା ୨୨୭ ନିୟୁତରେ ପହଞ୍ଚିବ ବୋଲି ଆଶା କରାଯାଉଛି, ଯାହା ମୋଟ ଜନସଂଖ୍ୟାର ୧୫ ପ୍ରତିଶତ। ଏହି ସଂଖ୍ୟା 2050 ସୁଦ୍ଧା 347 ନିୟୁତରେ ପହଞ୍ଚିବ, ଯାହା ମୋଟ ଜନସଂଖ୍ୟାର 20 ପ୍ରତିଶତ ହେବ। ଏହି ବର୍ଦ୍ଧିତ ଜନସଂଖ୍ୟାକୁ ଆଖି ଆଗରେ ରଖି, ଏକ ବ୍ୟାପକ ପେନସନ ଯୋଜନାର ଆବଶ୍ୟକତା ଅନୁଭୂତ ହେଉଛି।
ଆପଣଙ୍କୁ ଜଣାଇ ଦେଉଛୁ ଯେ ଆମେରିକା, ୟୁରୋପ, କାନାଡା, ଋଷିଆ ଏବଂ ଚାଇନା ଭଳି ବିକଶିତ ଦେଶଗୁଡ଼ିକରେ ପୂର୍ବରୁ ବ୍ୟାପକ ସାମାଜିକ ବୀମା ବ୍ୟବସ୍ଥା ଅଛି, ଯେଉଁଥିରେ ପେନସନ, ସୱାସ୍ଥ୍ୟ ସେବା ଏବଂ ବେକାରୀ ଭତ୍ତା ଅନ୍ତର୍ଭୁକ୍ତ। ଭାରତ ମଧ୍ୟ ଏହି ଦିଗରେ ଅଗ୍ରସର ହେଉଛି, ଯାହା ଦାରା ଏହାର ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇପାରିବ।