ନଭେମ୍ବର ୧୬ରୁ ଏହି ରାଜ୍ୟରେ ଖୋଲିବ ବିଶ୍ୱବିଦ୍ୟାଳୟ

ଚଣ୍ଡିଗଡ଼,୩।୧୧: ମହାମାରୀ କରୋନା ଭାଇରସ୍‌ ଯୋଗୁ ସାରା ଦେଶରେ ଗତ କିଛି ମାସରୁ ସ୍କୁଲ, କଲେଜ ବନ୍ଦ ରହିଛି। ବର୍ତ୍ତମାନ ଦେଶରେ ଅନ୍‌ଲକ୍‌-୬.୦ ଜାରି ରହିଥିବା ବେଳେ କେନ୍ଦ୍ର ସରକାର କରୋନା କାଳରେ ପିଲାଙ୍କ ଭବ୍ୟଷ୍ୟତକୁ ଦୃଷ୍ଟିରେ ରଖି କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣିକି ନିଜ ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରି ସ୍କୁଲ ଓ କଲେଜ ଖୋଲିପାରିବେ ରାଜ୍ୟ ସରକାର। ଏହି କ୍ରମରେ ହରିୟାଣା ସରକାର ମଧ୍ୟ ନଭେମ୍ବର ୧୬ରୁ ନିଜ ରାଜ୍ୟରେ ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି। ଏନେଇ ମଙ୍ଗଳବାର ରାଜ୍ୟସରକାରଙ୍କ ମୁଖପାତ୍ର ଔପଚାରିକ ଭାବେ ସୂଚନା ଦେଇଛନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ କୋଭିଡ-୧୯ ପାଇଁ ଜାରି ହୋଇଥିବା ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରିବା ଜରୁରୀ ବୋଲି ସେ କହିଛନ୍ତି।

Share