୭୦ କୋଭି୍‌ଡ ଅନାଥଙ୍କ ଦାୟିତ୍ୱ ନେଲା ଲକ୍ଷ୍ନୌ ୟୁନିଭର୍ସିଟି

ଲକ୍ଷ୍ନୌ, ୧୭ା୬: ଉତ୍ତରପ୍ରଦେଶ ସ୍ଥିତ ଲକ୍ଷ୍ନୌ ୟୁନିଭର୍ସିଟି କରୋନାରେ ରୋଜଗାରିଆ ମାତାପିତାଙ୍କୁ ହରାଇଥିବା ୭୦ ଅନାଥ ପିଲାଙ୍କ ଦାୟିତ୍ୱ ନେଇଛି। ଏଥିସହ ଲକ୍ଷ୍ନୌ, ବାରାଣସୀ, ପ୍ରୟାଗରାଜ, ସୁଲତାନପୁର ସମେତ ଅନ୍ୟ ଜିଲାଗୁଡ଼ିକର ଶିକ୍ଷକମାନେ ପ୍ରାୟ ୧ ହଜାର ପିଲାଙ୍କ ଖର୍ଚ୍ଚ ବହନ କରିବେ ବୋଲି ଜଣାଯାଇଛି। କୋଭିଡ୍‌ରେ ଅସହାୟ ହୋଇ ପଡ଼ିଥିବା ପିଲାଙ୍କୁ ଶିକ୍ଷାଦାନ ସମେତ ଅନ୍ୟାନ୍ୟ ସହାୟତା ଯୋଗାଇଦେବାକୁ ଯୋଗୀ ସରକାର ‘ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ବାଲ ସେବା ଯୋଜନା’ କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ସମ୍ପୃକ୍ତ ପିଲାଙ୍କୁ ମାସିକ ୪ ହଜାର ଟଙ୍କା ସହାୟତା ପ୍ରଦାନର ବ୍ୟବସ୍ଥା ରହିଛି।

Share