ଓ୍ବାଶିଂଟନ,୧୪।୨ : ଆମେରିକାର ମିସିଗାନରେ ଅବସ୍ଥିତ ଷ୍ଟେଟ ୟୁନିଭରସିଟି କ୍ୟାମ୍ପସରେ ଗୁଳକାଣ୍ଡ ଘଟିଛି। ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆକ୍ରମଣକାରୀ ଏକୁଟିଆ ଥିଲେ ଏବଂ ଆଖିବୁଜା ଗୁଳି ଚାଳନା ପରେ ଫେରାର ହୋଇ ଯାଇଥିଲେ। ସନ୍ଦିଗ୍ଧଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ସନ୍ଧାନ ଜାରି ରହିଛି।
ଘଟଣା ସୋମବାର ରାତିରେ ଘଟିଛି। ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟ ପୋଲିସ ଏହି ଘଟଣାକୁ ଏକ ବଡ଼ ଧରଣର ଗୁଳିମାଡ଼ ଘଟଣା ବୋଲି ଅସ୍ବୀକାର କରି କହିଛି ଯେ ଗୁଳିକାଣ୍ଡ ଦୁଇଟି ସ୍ଥାନରେ ହୋଇଛି। ଏଥିମଧ୍ୟରୁ ଗୋଟିଏ ହେଉଛି ଏକାଡେମିକ ବିଲଡିଂ, ଯେଉଁଠାରେ ବୁର୍କ ହଲ ଏବଂ ଆଥଲେଟିକ ସୁବିଧା କେନ୍ଦ୍ର ରହିଛି। ଗୁଳିକାଣ୍ଡରେ ଆହତ ହୋଇଥିବା ଲୋକମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୁଳି ଚଳାଇବା ସମୟରେ ଆକ୍ରମଣକାରୀ ମାସ୍କ ପିନ୍ଧିଥିଲେ। ଗୁଳି ଚଳାଇବା ପରେ ଘଟଣାସ୍ଥଳରୁ ସେ ପଳାଇ ଯାଇଥିଲେ। ଏହି ଘଟଣା ଯୋଗୁଁ ବିଶ୍ୱବିଦ୍ୟାଳୟର ସମସ୍ତ ଶ୍ରେଣୀକୁ ଆସନ୍ତା ୪୮ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଛ