ଖାଲି ପଦବୀରେ ବିଶ୍ୱବିଦ୍ୟାଳୟ ସ୍ବପ୍ନ

ଖୋର୍ଦ୍ଧା,୨୪ା୮ (ପ୍ରଭାତ ପାଣିଗ୍ରାହୀ)ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକ ଖୋର୍ଦ୍ଧାରେ ଶିକ୍ଷାର ପ୍ରଗତି ପାଇଁ ଏକ ମହାବିଦ୍ୟାଳୟ ଗଢିଥିଲେ। ତାଙ୍କ ନାମ ଅନୁସାରେ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ନାମକରଣ କରାଯାଇଛି। ୧୯୫୮ରେ ସ୍ଥାପିତ ଏହି ମହାବିଦ୍ୟାଳୟ ୨୦୦୬ରେ ସ୍ବୟଂଶାସିତ ମାନ୍ୟତା ପାଇଛି। ଯୁକ୍ତ୨ ଏବଂ ଯୁକ୍ତ ୩ ସ୍ତରରେ ୭ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ଏଠାରେ ବିଭିନ୍ନ ବିଭାଗରେ ସ୍ନାତକୋତ୍ତର ରହିଛି। ଏଥିସହିତ ସେଲ୍ଫ ଫାଇନାନ୍ସ କୋର୍ସ ମଧ୍ୟ ଚାଲିଛି। କଲେଜ ୭୫ଏକର ପରିମିତ ଅଞ୍ଚଳ ରହିଛି। ରାଜ୍ୟ ତଥା ଜାତୀୟସ୍ତରୀୟ କ୍ରୀଡ଼ା ଏବଂ ଅନ୍ୟ ବିଷୟରେ ଏଠାରେ ଛାତ୍ରୀଛାତ୍ରମାନେ ସୁନାମ ଆଣିଛନ୍ତି। ହେଲେ ଦୀପ ତଳ ଅନ୍ଧାର ଭଳି ରାଜଧାନୀଠାରୁ ମାତ୍ର ୨୫ କିମି ଦୂରତାରେ ଥାଇ ସୁଦ୍ଧା ଏହି ମହାବିଦ୍ୟାଳୟର ବିକାଶ ପ୍ରତି କୌଣସି ଗୁରୁତ୍ୱ ଦିଆଯାଉ ନାହିଁ। ଆବଶ୍ୟକ ଅଧ୍ୟାପକଙ୍କଠାରୁ ୫୦ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡିଛି। ଫଳରେ ଶିକ୍ଷାଦାନ ଏକପ୍ରକାର ବାଧାପ୍ରାପ୍ତ ହେଉଛି। ଅଧ୍ୟାପକ ଅଭାବରୁ ଏବେ ଛାତ୍ରୀଛାତ୍ର ମଧ୍ୟ ନାମଲେଖାରୁ ମୁହଁ ଫେରାଉଛନ୍ତି। ସେହିଭଳି ପିଲାଙ୍କ ପାଇଁ ଏକ ଉନ୍ନତମାନର ଖେଳପଡିଆ ନ ଥିବାବେଳେ ଇନ୍‌ଡୋର ଷ୍ଟାଡିୟମ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଅତିତରେ କ୍ରୀଡ଼ା ବିଭାଗରେ ବିଶ୍ୱବିଦ୍ୟାଳୟ ସ୍ତରରେ ସୁନାମ ରହିଥିବା ସତ୍ତ୍ୱେ ଛାତ୍ରୀଛାତ୍ରମାନେ ଖେଳ ଅଭ୍ୟାସରୁ ବଞ୍ଚତ୍ତ ହେଉଛନ୍ତି। ଉଚ୍ଚ ଶିକ୍ଷାର ବିଭାଗର ଚରମ ଅବହେଳାରୁ ଏହି ଅଗ୍ରଣୀ ଶିକ୍ଷାନୁଷ୍ଠାନର ଶିକ୍ଷାଦାନରେ ବାଧା ସୃଷ୍ଟି ହେଉଛି।
ସରକାର ଶିକ୍ଷାର ବିକାଶ ଉପରେ ଡିଣ୍ଡିମ ପିଟୁଥିବା ବେଳେ ପ୍ରାଣନାଥ ମହାବିଦ୍ୟାଳୟରେ ଅଧ୍ୟାପକ ପଦବୀ ପୂରଣ ଦିଗରେ କୌଣସି ଗୁରୁତ୍ୱାରୋପ ଦେଉ ନାହାନ୍ତି। ଏପରି କି ମହାବିଦ୍ୟାଳୟଟି ୧୬ ନମ୍ବର ଜାତୀୟ ରାଜପଥକୁ ଲାଗି ରହିଛି। ସବୁ ସମୟରେ ପିଲାମାନେ ରାଜପଥ ଉପର ଦେଇ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି। ମହାବିଦ୍ୟାଳୟ ଆଗରେ ଅଣ୍ଡରପାସ ଏବଂ ବସ୍‌ଷ୍ଟପ ବ୍ୟବସ୍ଥା କରିବାକୁ ଜିଲା ପ୍ରଶାସନଠାରୁ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଅଭିଯୋଗସତ୍ତ୍ୱେ କୌଣସି ଗୁରୁତ୍ୱ ଦିଆଯାଉ ନାହଁି ବୋଲି ଛାତ୍ରୀଛାତ୍ରମାାନେ ଅଭିଯୋଗ କରିଛନ୍ତି। ସେହିଭଳି ମହାବିଦ୍ୟାଳୟ ଚତୁଃପାର୍ଶ୍ୱ ପାଚେରି ନଥିବା ଏବଂ ରାଜପଥ ପ୍ରବେଶ ପଥ ପାଚେରି ଦୀର୍ଘ ଦିନ ଭାଙ୍ଗିଯାଇଥିବା ବେଳେ ଏହା ମରାମତି ପାଇଁ ମଧ୍ୟ ଧ୍ୟାନ ଦିଆଯାଉ ନାହିଁ। ଫଳରେ ସନ୍ଧ୍ୟା ହେଲେ କଲେଜର କ୍ୟାମ୍ପସ ପଡ଼ିଆରେ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କୁ ଭେଟିଲେ…

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲ୍ଳକ ଅନ୍ତର୍ଗତ ମୌଳାଭଞ୍ଜା ପଞ୍ଚାୟତର ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ୧୫ ଜଣ ୱାର୍ଡ ସଭ୍ୟାସଭ୍ୟ ଅନାସ୍ଥା...

ମୁମ୍ବାଇରେ ଓଡିଆ ଶ୍ରମିକ ମୃତ

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ଗଣିଆସାହିର ଜଣେ ଯୁବକଙ୍କ ମୁମ୍ବାଇରେ ଗୁରୁବାର ମୃତ୍ୟୁ ହୋଇଛି। ପରିବାର ଚଳାଇବା ପାଇଁ ସେ ଦାଦନ ଖଟିବାକୁ...

ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ….

ଭବାନୀପାଟଣା,୧୮।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡାର ଏକ ଭଡ଼ା ଘରୁ ଶୁକ୍ରବାର ସକାଳରେ ଜଣେ ଯୁବତୀଙ୍କ ଝୁଲନ୍ତା...

ମାଡ଼ିଲାଣି ସମୁଦ୍ର, ବିପଦରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତବାସୀ: ଏକାଠୀ ହେଲେ ୩ ଗ୍ରାମର ବାସିନ୍ଦା

ଛତ୍ରପୁର,୧୮ା୧୦ (ଦିଲ୍ଲୀପ ସାମଲ): ଜଳବାୟୁ ପରିବର୍ତ୍ତନ ହେତୁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି। ସମୁଦ୍ର କୂଳ ଦିନକୁ ଦିନ ଲଙ୍ଘୁଥିବାରୁ ଗଞ୍ଜାମ ଜିଲାର...

ଶ୍ରୀମନ୍ଦିରରେ ସେବାୟତଙ୍କୁ ହାଣିଲେ ଦୁର୍ବୃତ୍ତ, ରକ୍ତ ଜୁଡୁବୁଡୁ ହୋଇ…

ପୁରୀ,୧୮ା୧୦(ଅଜିତ୍‌ କୁମାର ମହାନ୍ତି): କିଛିଦିନର ବ୍ୟବଧାନ ପରେ ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କ ଦେଖିବାକୁ ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିଅର...

ଝାରପଡ଼ା ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮।୧୦: ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ବିଚାରାଧୀନ ବନ୍ଦୀଙ୍କୁ ପିଟିପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ...

ଜମି ବିବାଦରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ: ୪ ଆହତ

ବାଲିପାଟଣା,୧୮।୧୦: ବାଲିପାଟଣା ଥାନା ଅଧୀନ ଶ୍ରୀରାମପୁର ଗାଁରେ ଶୁକ୍ରବାର ଏକ ସଂଘର୍ଷ ଘଟିଛି। ଜମି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri