ଶେହବାଜ ସରକାରଙ୍କୁ ପୁଣି ଟେନସନ ଦେଲେ ଇମ୍ରାନ, କହିଲେ ୨୩ ଡିସେମ୍ବରରେ ଭାଙ୍ଗିବେ ଦୁଇଟି ବିଧାନସଭା

ଇସଲାମାବାଦ,୧୮ ।୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତହରିକ ଏ ଇନସାଫ(ପିଟିଆଇ)ର ମୁଖ୍ୟ ଇମ୍ରାନ ଖାଁ କହିଛନ୍ତି ଆଗାମୀ ଡିସେମ୍ବର ୨୩ରେ ସେ ପାକିସ୍ତାନର ଦୁଇଟି ରାଜ୍ୟର ବିଧାନସଭାକୁ ଭଙ୍ଗ କରିଦେବେ । ସେ ପାକିସ୍ତାନର ପୂର୍ବତନ ଆର୍ମି ଚିଫ କମର ଜାଭେଦ ବାଜୱାଙ୍କ ଉପରେ ବି ଗୁରୁତର ଅଭିଯୋଗ ଆଣିଛନ୍ତି ।
ପୂର୍ବତନ ପ୍ରଧାନମନ୍ତ୍ରୀ ପାକିସ୍ତାନ ସରକାରଙ୍କ ପକ୍ଷରୁ ନ୍ୟାଶନାଲ ଆସେମ୍ଲିଳିର ନିର୍ବାଚନ ତାରିଖ ଘୋଷଣା ନ କରିଥିବା ଯୋଗୁ ପଞ୍ଜାବ ଓ ଖୈବର ପଖ୍‌ତୁନଖା ବିଧାନସଭାକୁ ଭାଙ୍ଗି ଦେବାକୁ କହିଛନ୍ତି । ଏହାସହ ସେ ତାରିଖ ବି ଘୋଷଣା କରିଛନ୍ତି । ସେ କହିଛନ୍ତି ୨୩ ଡିସେମ୍ବରରେ ସେ ଦୁଇଟି ଯାକ ରାଜ୍ୟର ବିଧାନସଭାକୁ ଭାଙ୍ଗି ଦେବେ ।
ସୂଚନାଯୋଗ୍ୟ, ଇମ୍ରାନ ଖାଁ ପାକିସ୍ତାନରେ ଖୁବଶୀଘ୍ର ନ୍ୟାଶନାଲ ଆସେମ୍ଲି ନିର୍ବାଚନ କରିବାକୁ ଚାହୁଁଛନ୍ତି । ସେଥିପାଇଁ ସେ ସରକାରଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି । ଏବେ ଇମ୍ରାନ କହିଛନ୍ତି ଯଦି ୨୦ ଡିସେମ୍ବର ମଧ୍ୟରେ ସରକାର ନିର୍ବାଚନ ତାରିଖ ଘୋଷଣା ନ କରନ୍ତି ତେବେ ସେ ପଞ୍ଜାବ ଓ ଖୈବର ପଖତୁନଖା ରାଜ୍ୟର ସରକାରଙ୍କୁ ଭାଙ୍ଗିଦେବେ ।

Share