Categories: ଜାତୀୟ

ଅଜାଣତରେ କୋଟିପତି ପାଲଟିଲେ ୨୨ ଶ୍ରମିକ

ଜବଲପୁର,୨୩ା୬: ମଧ୍ୟପ୍ରଦେଶର ବାଲାଘାଟ ଜିଲା ଓ୍ବାରାସେଓନିର ୨୨ ଜଣ ଆଦିବାସୀ ଶ୍ରମିକ ଅଜାଣତରେ ରାତାରାତି କୋଟିପତି ପାଲଟିଯାଇଛନ୍ତି। ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୮୦ କୋଟି ଟଙ୍କା ଜମା ହୋଇଛି। ତଦନ୍ତ ପାଇଁ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ୟୁନିଟ୍‌ ଶ୍ରମିକମାନଙ୍କ ଘରେ ପହଞ୍ଚତ୍ବା ପରେ ସେମାନେ ଏହି ବିଷୟ ଜାଣି ବିସ୍ମିତ ହୋଇଯାଇଛନ୍ତି। ଶ୍ରମିକମାନଙ୍କ ଆଇଡିଗୁଡ଼ିକୁ ବ୍ୟବହାରକରି ସେମାନଙ୍କ ନାମରେ ଜାଲ୍‌ ଆକାଉଣ୍ଟ ଖୋଲାଯିବା ପରେ ଟଙ୍କା ଜମା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ଭୋପାଳରୁ ପ୍ରାୟ ୪୬୦ କି.ମି. ଦୂର ତଥା ମହାରାଷ୍ଟ୍ର ସୀମାନ୍ତ ଓ୍ବାରାସେଓନିର ଏକ ଘରୋଇ ବ୍ୟାଙ୍କରେ ଏହି ଶ୍ରମିକମାନଙ୍କ ଆକାଉଣ୍ଟ ରହିଛି। ତଦନ୍ତ ଶେଷ ହେବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଥାନୀୟ ସବ୍‌ଡିଭିଜନାଲ ପୋଲିସ ଅଫିସର ଅରବିନ୍ଦ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି।

Share