ବ୍ୟାପୁଛି ଅଜଣା ରୋଗ: ରକ୍ତବାନ୍ତି ପରେ ୧୫ ମୃତ

ଦାର୍‌ ଏ ସଲାମ,୯।୨: ତାଞ୍ଜାନିଆରେ ଏକ ଅଜଣା ରୋଗ ବ୍ୟାପିବାରେ ଲାଗିଛି। ରକ୍ତବାନ୍ତି କରିବା ପରେ ଲୋକଙ୍କର ମୃତ୍ୟୁ ଘଟୁଛି। ଇତିମଧ୍ୟରେ ୧୫ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏହି ଅଜଣା ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୫୦ ଛୁଇଁଛି। ଏହି ରୋଗ ସମ୍ପର୍କରେ ସୂଚନା ଦେଇଥିବା ଚୁନ୍ୟା ଜିଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଫେଲିସ୍ତା କିସାନ୍ଦୁଙ୍କୁ ସରକାର ୧୦ ଦିନ ପାଇଁ ନିଲମ୍ବିତ କରିଛନ୍ତି। ଫେଲିସ୍ତା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗ ହେବାରୁ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସରକାର ସଫେଇ ଦେଇଛନ୍ତି। ପୂର୍ବରୁ ୨୦୧୯ରେ ମଧ୍ୟ ଏଠାରେ ଏହି ଭଳି ରୋଗ ବ୍ୟାପିଥିଲା।

Share