କୋରାପୁଟରେ ବ୍ୟାପୁଛି ଅଜଣା ରୋଗ

ଦଶମନ୍ତପୁର,୨୩ା୬(ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅଧୀନ ଗାଦିଆଗୁଡ଼ା ପଞ୍ଚାୟତ ପଞ୍ଚଡାପଦର ଗ୍ରାମରେ କିଛି ଦିନ ହେବ ଅଜଣାରୋଗ ବ୍ୟାପୁଥିବା ଲକ୍ଷ୍ୟ କରାଯାଉଛି। ଏଥିରେ ଗ୍ରାମର ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧାବୃଦ୍ଧମାନେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି।

ଗ୍ରାମରେ ୨୫ ପରିବାର ବସବାସ କରନ୍ତି। ଗ୍ରାମବାସୀଙ୍କ କହିବାନୁସାରେ ଗ୍ରାମର ଜଣେ ଛୋଟ ଝିଅ ମୁହଁରେ ଏକ ଛୋଟ ଘା’ ସଦୃଶ ବାହାରି କିଛି ସମୟ ମଧ୍ୟରେ ଘା’ଟି ବଡ଼ ହୋଇ ଆପେ ଆପେ ଫାଟି ଯାଇଥିଲା। ତେବେ ଏହା କି ପ୍ରକାର ରୋଗ ଜଣାପଡି ନ ଥିଲା। ଯେଉଁଦିନ ଝିଅଟିର ଘା’ଟି ଫାଟିଯାଇଥିଲା ତା’ପରଦିନ ଗ୍ରାମର ମମତା ସାଉନ୍ତା, ମିକି ସାଉନ୍ତା, ଜାମ୍ବଲି ସାଉନ୍ତା, ଲିପସା ସାଉନ୍ତା, ସୁନ୍ଦରି ସାଉନ୍ତା, ଝାଡ଼ୁ ସାଉନ୍ତା, ଜୟନ୍ତୀ ସାଉନ୍ତା, ଆରନ୍ତି ସାଉନ୍ତା, ରୁନି ସାଉନ୍ତା, ଅଭିୟ ସାଉନ୍ତା, ଶାନ୍ତି ସାଉନ୍ତା, ରାମ ସାଉନ୍ତା, ଦୁଲିଆ ସାଉନ୍ତା ଏବଂ ଭିଙ୍ଗୁ ସାଉନ୍ତା ଏହି ଅଜଣା ରୋଗର ଶିକାର ହୋଇଥିଲେ। କେତେ ଜଣ ରୋଗୀ ପୋଡାଗଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ଯାଇ ଚିକିତ୍ସିତ ହୋଇଥିବା ଜଣାପଡିଛି।

ତେବେ ଗ୍ରାମର ଦିଶାରୀ ଓ ଗୁରୁମାଈମାନେ ଏହି ରୋଗକୁ ମିଳିମିଳା ବୋଲି ସନ୍ଦେହ କରି ଝଡ଼ା ଫୁଙ୍କା କରୁଥିବା ଦେଖିବାକୁ ମିଳିଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପାଖରେ କୌଣସି ସୂଚନା ନ ଥିବାରୁ ଗ୍ରାମରେ ସ୍ବାସ୍ଥ୍ୟ ବିଭାଗର ଟିମ୍‌ ପହଞ୍ଚି ନାହିଁ। ଏହି ସମ୍ପର୍କରେ ଏମ୍‌ଏଚ୍‌ୟୁ ଡାକ୍ତର ବ୍ରଜ ବିହାରୀ ଶର୍ମାଙ୍କୁ ପଚାରିବାରୁ ସେ କହିଲେ, ଡାକ୍ତରଖାନାରେ କାର୍ଯ୍ୟରତ କେତେ ଜଣ ଡାକ୍ତର ପିଜି ପରୀକ୍ଷା ଦେବାକୁ ଯାଇଛନ୍ତି। ସେମାନେ ଆସିଲା ପରେ କିଛି ବ୍ୟବସ୍ଥା ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ପୁଲିସରର ସ୍ବତନ୍ତ୍ର ଅଭିଯାନ: ୩୪ ନିଖୋଜ ଶିଶୁ ଉଦ୍ଧାର

ଛତ୍ରପୁର,୨୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପୋଲିସ ଅଧୀନରେ ଚଳିତ ମାସ ୧୫ରୁ ନିଖୋଜ ପିଲାମାନଙ୍କୁ ଖୋଜିବା ଏବଂ ଉଦ୍ଧାର ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ...

ପ୍ରବଳ ଖରାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦହିପଣା ବଣ୍ଟନ

ଛତ୍ରପୁର,୨୨।୪,(ଦିଲ୍ଲୀପ ସାମଲ) : ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚାରିଆଡେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଥିବା ବେଳେ ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର ସହର...

ଅନ୍ୟାୟ, ଅତ୍ୟାଚାର ଅଭିଯୋଗ: ନ୍ୟାୟ ଦାବିରେ ସପରିବାର ଧାରଣା

ବରଗଡ଼,୨୨।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ଦେବାହାଲ ଗ୍ରାମର ଲିପି ସାହୁଙ୍କ ପରିବାର ଉପରେ କିଛି ଲୋକ ଅନ୍ୟାୟ, ଅତ୍ୟାଚାର କରି ଚାଲିଥିବା ଅଭିଯୋଗ...

ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ମ୍ୟାଙ୍ଗୋ କୁଲ୍‌ଫି; ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ…

ଖରାଦିନ ଆସିଲେ ଥଣ୍ଡା ଖାଇବାକୁ ମନ ବଳିଥାଏ। ସେ ଆଇସକ୍ରିମ ହେଉ ଅବା ଲସି ଘରେ ଘରେ ଏହାର ଚାହିଦା ବଢ଼ିଯାଇଥାଏ। ହେଲେ ଆଜିର ସମୟରେ...

IPL ରେ ଏହି ଟିମ ଉପରେ ଆସିଲା Match Fixing ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୪: ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଜିତିଥିବା ମ୍ୟାଚ ହାରିବା ପରେ ରାଜସ୍ଥାନ ରୟାଲ୍ସ ଉପରେ Match Fixingର ଅଭିଯୋଗ ଆସିଛି। ଏହି ମ୍ୟାଚରେ ରାଜସ୍ଥାନକୁ ଜିତିବା...

ବିବାହ ବାର୍ଷିକୀରେ ମା’ ହେଲେ ଜ୍ୱାଲା ଗୁଟ୍ଟା: ଖୁସି ହେଲା ଦ୍ୱିଗୁଣିତ

ଚେନ୍ନାଇ,୨୨।୪: ପୂର୍ବତନ ଭାରତୀୟ ବ୍ୟାଡମିଣ୍ଟନ ତାରକା ଜ୍ୱାଲା ଗୁଟ୍ଟା ମା’ ହୋଇଛନ୍ତି। ସେ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହାସହ ଜ୍ୱାଲାଙ୍କ ଖୁସି ଦ୍ୱିଗୁଣିତ ହୋଇଛି।...

ଏମିତି ବି ଆସେ ମୃତ୍ୟୁ! ମା’ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଦେଖି ଧାଇଁ ଯାଇଥିଲେ ପୁଅ, ଏକାଠି ଚାଲିଗଲା ଦୁହିଁଙ୍କ ଜୀବନ

ଭବାନୀପାଟଣା,୨୨।୪( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌.ରାମପୁର ଥାନା ଅନ୍ତର୍ଗତ ସାଇ ଦଲଙ୍ଗା ଗ୍ରାମ ପଞ୍ଚାୟତର ଟୁର୍ଚି (ଡଙ୍ଗର ପଡ଼ା)ରୁ ମଙ୍ଗଳବାର ସକାଳୁ ଏକ...

ଫସିଗଲେ ବାବା ରାମଦେବ, ଭର୍ତ୍ସନା କଲେ Delhi High Court

ନୂଆଦିଲ୍ଲୀ,୨୨।୪: ଦିଲ୍ଲୀ ହାଇକୋର୍ଟ ହମଦର୍ଦ କମ୍ପାନୀ ଏବଂ ଏହାର ଲୋକପ୍ରିୟ ଉତ୍ପାଦ ରୁହ ଅଫଜା ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଯୋଗଗୁରୁ ବାବା ରାମଦେବଙ୍କୁ ଭର୍ତ୍ସନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image