ନଡ଼ିଆ ଗଛରେ ଅଜଣା ରୋଗ

କଣାସ,୧୦ା୫(ବିଭୂତି ଭୂଷଣ ତ୍ରିପାଠୀ): ଅର୍ଥକରୀ ଫସଲ ନଡ଼ିଆ ଗଛରେ ଅଜଣା ରୋଗ ଲାଗି ରହିଥିବାରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି। ବିଶେଷକରି ଚିଲିକା ଉପକୂଳ ଦୋଛିଆଁ , ଅଡାଲ, ବଡାଲ, ଗୋପୀନାଥପୁର, କାଦୁଆ, ଗଡିଶାଗୋଦା, ଯାମଳଗୋଦା, ଅଳିବାଡ଼, ଖଣ୍ଡହତା, ସାହୁପଡ଼ା, ଗଡ଼ଖାରଦ, ଦେଇପୁର, ବକୁ, ଚୁପୁରିଙ୍ଗି ପ୍ରଭୃତି ଗ୍ରାମପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ଥିବା ହଜାର ହଜାର ନଡ଼ିଆ ଗଛରେ ଏପରି ଅଜଣା ରୋଗ ହୋଇଛି, ଯେଉଁଥିରେ ପତ୍ରଗୁଡ଼ିକ ଶୁଖିଯାଉଛି। ଅନେକ ଗଛ ଏହି ରୋଗରେ ମରିଯାଉଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ଉଦ୍ୟାନ ବିଭାଗ କଣାସ ବ୍ଲକ ଅଧିକାରୀ ଲକ୍ଷ୍ମୀଧର ପ୍ରହରାଜଙ୍କୁ ପଚାରିବାରେ, ଏହା ଏକ ଜଉଜନିତ ରୋଗ। ଏହାର ପ୍ରତିକାର ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏହାର ନିରାକାରଣ ପାଇଁ ନଡ଼ିଆ ଗଛ ଅଗିଲାର ପତ୍ରରେ ଔଷଧ୍ୟ ସ୍ପ୍ରେ କରାଗଲେ ଗଛଟି ରୋଗମୁକ୍ତ ହୋଇପାରିବ। ଉଦ୍ୟାନ ବିଭାଗର କାର୍ଯ୍ୟାଳୟ କଣାସ ବ୍ଲକରେ ନାହିଁ। ଉଦ୍ୟାନ ବିଭାଗ ଅଧିକାରୀମାନେ ବିଭିନ୍ନ ସ୍ଥାନକୁ ଯାଉଥିବାରୁ ଚାଷୀମାନେ ଅଧିକାରୀଙ୍କୁ ପାଉ ନ ଥିବା ଅଭିଯୋଗ କରିଛନ୍ତି।

Share