ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ: ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡ

କଟକ,୧୮ା୧ (କାର୍ତ୍ତିକ ସାହୁ) ଜଣେ ୬ ବର୍ଷ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ନିର୍ଯାତନା ମାମଲାର ବିଚାର କରି କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଗୁରୁବାର ରାୟ ପ୍ରକାଶ କରି ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ତଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଖାନନଗର ଅଞ୍ଚଳର ଚିନ୍ତାମଣି ନାୟକ। ଏପରିକି ଅଦାଲତ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ଅଦାଲତ ରାୟରେ ସ୍ପଷ୍ଟ କରିଛନ୍ତି। ଏଥିସହ ପୀଡ଼ିତ ନାବାଳକଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ନିମନ୍ତେ ଅଦାଲତ ଜିଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀ ଅନୁସାରେ, ଘଟଣାଟି ୨୦୧୯ ସେପ୍ଟେମ୍ବର ୨ ତାରିଖ ଗଣେଶ ପୂଜା ଦିନ ଘଟିଥିଲା। ସେଦିନ ଅପରାହ୍ନରେ ଖାନନଗର ଅଞ୍ଚଳରେ ପୀଡ଼ିତ ନାବାଳକ ଜଣକ ଖେଳୁଥିଲେ। ଅଭିଯୁକ୍ତ ଚିନ୍ତାମଣି ନାବାଳକଙ୍କୁ ଚକୋଲେଟଟ୍‌ ଖାଇବାର ଲୋଭ ଦେଖାଇ ନିକଟସ୍ଥ ଏକ ପରିତ୍ୟକ୍ତ ଘରକୁ ନେଇଯାଇଥିଲେ। ସେଠାରେ ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ। ନାବାଳକ ଜଣକ ଘରକୁ ଆସି ମା’ଙ୍କୁ ଘଟଣା ସଂକ୍ରାନ୍ତରେ କହିଥିଲେ। ଏନେଇ ନାବାଳକଙ୍କ ମା’ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମଧୁପାଟଣା ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତ କିଛି ଦିନ ଜେଲରେ ରହିବା ପରେ ଜାମିନ୍‌ରେ ଆସିଥିଲେ। ପୋଲିସ ଅଦାଲତରେ ଚାର୍ଜସିଟ ଦାଖଲ କରିବା ପରେ ମାମଲାର ବିଚାର ହୋଇଥିଲା। ଅଦାଲତ ୧୨ଜଣ ସାକ୍ଷୀ ଓ ୧୨ଟି ଡକ୍ୟୁମେଣ୍ଟ ଆଧାରରେ ମାମଲାର ବିଚାର କରି ରାୟ ପ୍ରଦାନ କରିଛନ୍ତି। ସରକାରୀ ଓକିଲ ବିଶ୍ୱଜିତ୍‌ ରାୟ ମାମଲା ପରିଚାଳନା କରୁଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ବିକ୍ଷୋଭ ଘଟଣା:୩ ମାମଲା ରୁଜୁ କଲା ପୋଲିସ

ଭୁବନେଶ୍ୱର,୨୮।୩(ସତ୍ୟଜିତ୍‌ ରାଉତ): ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ଦାବି ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ବିଧାନସଭା ପରିସରରେ ପ୍ରତିବାଦ, ବିଧାନସଭା ଘେରାଉ ଉଦ୍ୟମ ସହ ଗାନ୍ଧୀମାର୍ଗରେ ବିକ୍ଷୋଭ...

ଓଡ଼ିଶାରେ ୫୦ ବର୍ଷ ଯାଏଁ ରହିବ ଭାଜପା ସରକାର: ହିମନ୍ତ

ଭୁବନେଶ୍ୱର, ୨୮ା୩(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶୁକ୍ରବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌, ଛତିଶଗଡ଼ ରାଜ୍ୟପାଳ ରମଣ ସିଂ ଏବଂ ଆସାମ ମୁଖ୍ୟମନ୍ତ୍ରୀ...

ପୁଣି ଲଘୁଚାପ, ଏସବୁ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୭ା୩ (ଅନୁରାଧା ମହାରଣା)- ପାଣିପାଗକୁ ନେଇ ପୁଣି ବଡ଼ ଖବର । ପୁଣି ମିଳିବ ଆଶ୍ବସ୍ତି । ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର...

ଘୁମୁସର ହାଡ଼ିକୁଳ ସମାଜର ସ୍ମାରକପତ୍ର

ଭଞ୍ଜନଗର,୨୮ା୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଘୁମୁସର ତାଲୁକା ହାଡି କୁଳ ସମାଜ ପକ୍ଷରୁ ବିଭିନ୍ନ ଦାବି ନେଇ ଗୁରୁବାର ଭଞ୍ଜନଗର ଡେପୁଟି କଲେକ୍ଟର ସୁମନ ଘୋଷଙ୍କୁ ସ୍ମାରକପତ୍ର...

ଲେଙ୍ଗୁ ମିଶ୍ର ଛକ -ଜୀରାବ୍ରିଜ ରାସ୍ତା ଜବରଦଖଲ: ବାଜିଲା ଡାକବାଜି, ୩୦ରୁ ଉଚ୍ଛେଦ ଆରମ୍ଭ

ବରଗଡ, ୨୮।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଦାବିରେ ଆନ୍ଦୋଳନ ଚେତାବନୀ ଦେବା ପରେ ପୌର...

ଅଙ୍ଗନାବାଡି କର୍ମୀ ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଥମୁନି, କର୍ମୀଙ୍କ ବିରୋଧରେ ପ୍ରଶାସନର ଦ୍ୱାରସ୍ଥ ଗ୍ରାମବାସୀ

ଛତ୍ରପୁର,୨୮।୩(ଦିଲ୍ଲୀପ ସାମଲ) : ଅଙ୍ଗନାବାଡି କର୍ମୀ ଓ ଗ୍ରାମବାସୀଙ୍କ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦୁଇଦିନ ତଳେ ଅଙ୍ଗନାବାଡ଼ି କର୍ମୀଙ୍କ ସପକ୍ଷରେ ୟୁନିୟନ ଆଗକୁ...

ବରଗଡ଼ରେ ପଞ୍ଜାବ କୃଷକ ଆନ୍ଦୋଳନର ତାତି, ଦାହ ପୂର୍ବରୁ କୁଶପୁତ୍ତଳିକା ଛଡ଼ାଇ ନେଲା ପୋଲିସ

ବରଗଡ଼, ୨୮।୩(ପ୍ରେମାନନ୍ଦ ଖମାରୀ)- ପଞ୍ଜାବରେ କୃଷକ ଆନ୍ଦୋଳନ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସାରାଦେଶରେ ଆନ୍ଦୋଳନ ତେଜି ଉଠିଛି। ବରଗଡ଼ ଜିଲାରେ ମଧ୍ୟ ଶୁକ୍ରବାର ଆନ୍ଦୋଳନ...

ଲାଞ୍ଜିଗଡ଼ରେ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ଲାଞ୍ଜିଗଡ଼,୨୮ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image