ଏଲିଅନଙ୍କୁ ନେଇ ବୈଜ୍ଞାନିକଙ୍କ ବଡ ଦାବି, ମଣିଷଙ୍କ ଠାରୁ କେତେ ଭିନ୍ନ ଏଲିଅନ…

ନୂଆଦିଲ୍ଲୀ,୨୭।୯: କାହିଁ କେତେ ବର୍ଷରୁ ଅନ୍ୟ ଗ୍ରହର ଜୀବସତ୍ତାକୁ ନେଇ ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି। ସେମାନଙ୍କ ଉପସ୍ଥିତି ଜାଣିବା ପାଇଁ ଅନ୍ୟ ଗ୍ରହକୁ ମହାକାଶଯାନ ପଠାଇବା ସହ ବିଭିନ୍ନ ପ୍ରକାର ଅଧ୍ୟୟନ କରାଯାଉଛି। ତେବେ ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ପୃଥିବୀବାସୀଙ୍କ ତୁଳନାରେ ଏଲିଅନଙ୍କ ଜୀବନ ବହୁତ ଭିନ୍ନ।

ଅଧ୍ୟୟନରେ ଏଲିଅନଙ୍କ ଉପସ୍ଥିତିକୁ ସମର୍ଥନ କରାଯାଇଛି। ପୃଥିବୀରେ ଜୀବନ କାର୍ବନ ବ୍ୟତୀତ ଫସଫରସ, ସଲଫର, ନାଇଟ୍ରୋଜେନ, ଅମ୍ଳଜାନ ଏବଂ ହାଇଡ୍ରୋଜେନ ଭଳି ଉପାଦାନ ଉପରେ ଆଧାରିତ। ବୈଜ୍ଞାନିକମାନଙ୍କନୁସାରେ ବିକଳ୍ପ ରାସାୟନିକ ସଂରଚନାରେ ଏଲିଅନଙ୍କର ଅସ୍ତିତ୍ୱ ସମ୍ଭବ ଅଟେ।

ୱିସ୍କନ୍ସିନ-ମାଡିସନ ବିଶ୍ୱବିଦ୍ୟାଳୟର ଜ୍ୟୋର୍ତିବିଜ୍ଞାନୀ ବେତୁଲ କାକର କହିଛନ୍ତି, ଏହି ସମ୍ଭାବନାଗୁଡିକ ଅନୁସନ୍ଧାନ କରିବା ଜରୁରୀ ଅଟେ। ଯାହା ଦ୍ୱାରା ଆମେ ଜାଣିପାରିବା ଯେ କେବଳ ପୃଥିବୀରେ ଜୀବନ ନୁହେଁ, ଅନ୍ୟ ସମସ୍ତ ଜୀବନ କିପରି ଦେଖାଯାଏ। ଜୀବନର ଉତ୍ପତ୍ତି ସହିତ ଜଡିତ ଅନୁସନ୍ଧାନକାରୀଙ୍କ ଦ୍ୱାରା ଅଟୋକାଟାଲାଇସିସ ପ୍ରତି ଧ୍ୟାନ ଦିଆଯିବାର ଏକ ମୁଖ୍ୟ କାରଣ ହେଉଛି ପ୍ରଜନନ ଜୀବନର ଏକ ପ୍ରମୁଖ ବୈଶିଷ୍ଟ୍ୟ। ଗୋଟିଏ କୋଷିକା ଦୁଇଟି କୋଷ ସୃଷ୍ଟି କରିଥାଏ ଯାହା ଚାରି ମଧ୍ୟ ହୋଇପାରେ। ଅନୁସନ୍ଧାନକାରୀମାନେ ଅଟୋକାଟାଲାଇସିସ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହା ଅବିଜେନେସିସ ପରିଚାଳନା କରିବାରେ ସାହାଯ୍ୟ କରିଥାଏ। ଯାହାଦ୍ୱାରା ନିର୍ଜିବରୁ ଜୀବନ ସୃଷ୍ଟି ହୋଇଥାଏ।

Share