ନୂଆଦିଲ୍ଲୀ,୧୯।୮: କରୋନା ମହାମାରୀ ଯୋଗୁ ଦେଶରେ ଏବେ ଅନ୍ଲକ-୩ ଜାରି ରହିଛି। ଏହି ଲକ୍ଡାଉନ ସମୟରେ କେନ୍ଦ୍ରସରକାର କେତେକ କଟକଣା ଜାରି କରିଛନ୍ତି। ତେବେ ରାଜ୍ୟର ସ୍ଥିତି ଅନୁଧ୍ୟାନ କରି ରାଜ୍ୟସରକାର କଟକଣା କୋହଳ କରିପାରିବେ ବୋଲି କେନ୍ଦ୍ରସରକାର କହିଛନ୍ତି। ଇତିମଧ୍ୟରେ ଦିଲ୍ଲୀ ସରକାର ଅନ୍ଲକ-୩ ଅଧୀନରେ ହୋଟୋଲଗୁଡ଼ିକୁ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ ବର୍ତ୍ତମାନ ଜିମ୍ ବନ୍ଦ ରହିବ ବୋଲି ଜଣାପଡ଼ିଛି। ବୁଧବାର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ହୋଟେଲ ଖୋଲିବା ସହ ପରୀକ୍ଷାମୂଳକ ଭାବେ ସାପ୍ତାହିକ ବଜାର ଖୋଲିବାକୁ ମଞ୍ଜୁରୀ ପ୍ରଦାନ କରାଯାଇଥିବା ବେଳେ ବର୍ତ୍ତମାନ ଜିମ୍ ଖୋଲିବା ନେଇ ଅନୁମତି ପ୍ରଦାନ କରାଯାଇନାହିଁ।