Categories: Video

ଅନଲକ‌-୩, ନୂଆ ଗାଇଡଲାଇନ୍ ଜାରି

କରୋନା କଟକଣା ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଅନଲକ-୩ ପାଇଁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି। ଅନଲକ୍‌-୨ର କାର୍ଯ୍ୟକାଳ ଜୁଲାଇ ୩୧ରେ ଶେଷ ହେବାକୁ ଯାଉଛି। ଏହାପୂର୍ବରୁ କେନ୍ଦ୍ର ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ଗାଇଡଲାଇନ୍ ଅନୁଯାୟୀ ଦେଶର ସମସ୍ତ କଣ୍ଟେନମେଣ୍ଟ ଜୋନରେ ଆସନ୍ତା ୩୧ ଯାଏ କଡାକଡି ଭାବେ ଲକଡାଉନ ପାଳନ କରିବାକୁ କେନ୍ଦ୍ର ସରକାର କହିଛନ୍ତି । ପୂର୍ବରୁ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା ରାତ୍ରକାଳୀନ କର୍ଫ୍ୟୁକୁ ଅନଲକ-୩ରେ ସମୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି।