Categories: ଜାତୀୟ

ଅନ୍‌ଲକ ୪.୦: କ’ଣ ଖୋଲିବ କ’ଣ ନାହିଁ

ନୂଆଦିଲ୍ଲୀ,୨୮।୮: କରୋନା ଭାଇରସ ପାଇଁ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ ପରେ ଏବେ ଚାଲିଛି ଅନ୍‌ଲକ ପ୍ରକ୍ରିୟା। ଏବେ ଆରମ୍ଭ ହେବାକୁ ଯାଉଛି ଅନ୍‌ଲକ ୪.୦। ଦେଶର ଅର୍ଥବ୍ୟବସ୍ଥାକୁ ନଜରରେ ରଖି ଏଥର କ’ଣ ଖୋଲୁଛି କ’ଣ ନାହିଁ ତା’ଉପରେ ନଜର ପକାଇଲେ ଏମିତି କିଛି ଅନୁମାନ କରାଯାଉଛି। ଦେଶର ପ୍ରମୁଖ ସହର ଗୁଡିକ କଥା ଦେଖିଲେ।
ଦିଲ୍ଲୀ-ଏନ୍‌ସିଆର୍‌
ରାଜଧାନୀ ଦିଲ୍ଲୀରେ ଗତ ମାର୍ଚ୍ଚରୁ ମେଟ୍ରୋ ସେବା ବନ୍ଦ ପଡିଥିବା ବେଳେ ଏଥିର ଅନ୍‌ଲକ ୪.୦ ଅର୍ଥାତ୍‌ ସେପ୍ଟେମ୍ବର ୧ରୁ ଏହା ଚଳାଚଳ କରିବ ବୋଲି ଅନୁମାନ କରାଯାଉଛି। ୫୦ ପ୍ରତିଶତ ଯାତ୍ରୀଙ୍କ ସହ ଯୋଗାଯୋଗ ବିହୀନ ଟିକେଟ ବ୍ୟବସ୍ଥା ସହିତ ଯାତ୍ରୀଙ୍କୁ ଅଭ୍ୟସ୍ତ ହେବାକୁ ପଡିପାରେ। ତେବେ ଏଠାରେ ସିନେମାହଲ୍‌, ଅଡିଟୋରିଅମ, ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ବାର୍‌ ଗୁଡିକ ଖୋଲିବ ବୋଲି ଅନୁମାନ କରାଯାଉଛି।
ବେଙ୍ଗାଲୁରୁ
କର୍ନାଟକରେ ପବ୍‌ ଓ ବାର୍‌ ଖୋଲିବାକୁ ଅନୁମତି ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି। ଶିକ୍ଷାନୁଷ୍ଠାନ ମଲ୍ଟିପ୍ଲେକ୍ସ ଖୋଲିବା କଥା ସରକାର ଚିନ୍ତା କରିପାରନ୍ତି। ୫ ମାସ ବନ୍ଦ ଥିବା ନାମମା ମେଟ୍ରୋ ମଧ୍ୟ ସରକାରଙ୍କ ସବୁଜ ସଙ୍କେତକୁ ଅପେକ୍ଷା ରଖିଛି। ଘରୋଇ ବିବାନ ଅବତରଣକୁ ଅନୁମତି ଦିଆଯାଇପାରେ। ସପ୍ତାହର ୨ ଦିନ ଶଟ୍‌ ଡାଉନ ନିୟମ ଲାଗୁ କରାଯାଇପାରେ।
ମୁମ୍ବାଇ
ଏଠାରେ ଅଗଷ୍ଟ ମାସରେ ଦୋକନ ଓ ମଲ ଖୋଲିବାକୁ ଅନୁମତି ମିଳିଥିବା ବେଳେ ଏବେ ଜିମ୍‌ ଓ ପାର୍କ ଉପରେ ସମସ୍ତଙ୍କ ନଜର। ତେବେ ମୋଟର ଚାଳକମାନେ ବିନା କାରଣରେ ଗସ୍ତ କରୁଥିଲେ ସେମାନଙ୍କୁ ଦଣ୍ଡ ବିଧାନ କରାଯିବ ବୋଲି ମୁମ୍ବାଇ ପୋଲିସ ଚେତାବନୀ ଦେଇଛି।
ଚେନ୍ନାଇ
ଏଠାରେ ଇ-ପାସ୍‌ ବାଧ୍ୟତାମୂଳକ କରାଯାଇପାରେ। ଏହାସହ ଚେନ୍ନାଇର ସଂକ୍ରାମକ ରୋଗ ବିଶେଷଜ୍ଞ ସୁବ୍ରମଣ୍ୟମ ସ୍ବାମୀନାଥନ ନିକଟରେ ଦାବି କରିଛନ୍ତି, ଚେନ୍ନାଇରେ ସଂକ୍ରମଣ ଶିଖରରେ ପହଞ୍ଚିଥିବା ବେଳେ ରାଜ୍ୟ ବାହାରୁ ଆସୁଥିବା ଓ ଜିଲା ବାହାରକୁ ଯାଉଥିବା ଯାତ୍ରୀଙ୍କ ପାଇଁ ଇ-ପାସ୍‌ ବାଧ୍ୟତାମୂଳକ କରାଯିବ ଦରକାର। ଏହାସହ ଏଠାରେ ମଦ ଦୋକାନ ଓ ହୋଟେଲ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇପାରେ।

Share