Advertisement

ଅନ୍‌ଲକ୍‌-୪: ମେଟ୍ରୋ ଚାଲିବା-ବାର୍‌ ଖୋଲିବା ନେଇ ଚର୍ଚ୍ଚା !

ନୂଆଦିଲ୍ଲୀ, ୨୫।୮: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସେପ୍ଟେମ୍ବର ୧ରୁ ଅନ୍‌ଲକ୍‌-୪ କାର୍ଯ୍ୟକାରୀ ହେବ। ଅନ୍‌ଲକ୍‌-୪ରେ ମେଟ୍ରୋ ଚଳାଚଳ ଏବଂ ବାର୍‌ ଖୋଲିବା ନେଇ ଆଲୋଚନା ଜାରି ରହିଛି। ସ୍ବତନ୍ତ୍ର ମାର୍ଗଦର୍ଶିକା ସହିତ ମେଟ୍ରୋ ଚଳାଚଳା ଏବଂ ବାର୍‌ ଖୋଲିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ତେବେ ସ୍କୁଲ କଲେଜ ଖୋଲିବାର ସମ୍ଭାବନା ନ ଥିବା କୁହାଯାଉଛି। କୋଲକତାରେ ବାର୍‌ ଖୋଲାଯିବାର ଯୋଜନା ରହିଛି। ତେବେ ଏନେଇ ନିଷ୍ପତ୍ତି ପଶ୍ଚିମବଙ୍ଗ ରାଜ୍ୟ ସରକାର ନେବେ। ଫିଲ୍ମ ହଲ ଖୋଲିବା ନେଇ କୌଣସି ସବୁଜ ସଙ୍କେତ ଏପର୍ଯ୍ୟନ୍ତ ମିଳିନାହିଁ। ଲକ୍‌ଡାଉନ୍‌ ଯୋଗୁ ବ୍ୟବସାୟିକ ସଂସ୍ଥା ବନ୍ଦ ରହିବା ଯୋଗୁ ଧୀରେଧୀରେ କ୍ଷତି ପରିମାଣ ବୃଦ୍ଧି ପାଉଛି। ତେବେ କରୋନା ସଂକ୍ରମଣ ନିୟନ୍ତ୍ରଣ ନ ହେଲେ କୌଣସି ନିଷ୍ପତ୍ତି ନେବା କଷ୍ଟକର ବୋଲି କୁହାଯାଉଛି। ଦେଶରେ କରୋନା ଟୀକା ଦିଆଯିବା ଆରମ୍ଭ ହେଲେ ସ୍ଥିତିରେ ସୁଧାର ଆସିବାର ଆଶା ରହିଛି। ଦେଶରେ କରୋନା ଟୀକା ଦେବା ଆରମ୍ଭ କାର୍ଯ୍ୟ ଅଢ଼େଇମାସ ପରେ ହେବାର ସମ୍ଭାବନା ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share