ଅନ୍‌ଲକ୍‌-୮, ଖୋଲିବ ସିନେମା ହଲ୍‌…

ନୂଆଦିଲ୍ଲୀ,୨୫।୭: ସୋମବାରଠାରୁ ଦିଲ୍ଲୀରେ ଅନ୍‌ଲକ୍‌-୮ ଆରମ୍ଭ ହେବାକୁ ଯାଉଛି। ଜୁଲାଇ ୨୬ଠାରୁ ଦିଲ୍ଲୀର ସମସ୍ତ ସିନେମା ହଲ୍‌, ଥିଏଟର, ମଲ୍ଟିପ୍ଲେକ୍ସ୍‌ ୫୦ ପ୍ରତିଶତ କ୍ଷମତାରେ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ସେହିପରି ମେଟ୍ରୋ ଏବଂ ଡିଟିସି ବସ୍‌ ୧୦୦ ପ୍ରତିଶତ କ୍ଷମତାରେ କାର୍ଯ୍ୟ କରିବ। ଅପରପକ୍ଷରେ ସ୍କୁଲ୍‌ କଲେଜରେ ଅଫ୍‌ଲାଇନ୍‌ ପାଠପଢ଼ାକୁ ଅନୁମତି ମିଳି ନାହିଁ। ବିବାହ ଉତ୍ସବରେ ଅତିଥିଙ୍କ ସଂଖ୍ୟାକୁ ୫୦ରୁ ୧୦୦କୁ ବୃଦ୍ଧି କରାଯାଇଛି। ପରବର୍ତ୍ତୀ ସମୟରେ ଅନ୍ୟ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share