Categories: ଖେଳ

ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍‌

ଭାରତକୁ ଅଣ୍ଡର-୧୯ ବିଶ୍ୱକପ୍‌ ଜିତାଇଥିବା କ୍ରିକେଟ୍‌ର ଉନ୍ମୁକ୍ତ ଚାନ୍ଦ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଡ୍ୟୁଟ୍ରିଓନିଷ୍ଟ ସିମରନ ଖେସଲଙ୍କୁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି। ଉନ୍ମୁକ୍ତ ସୋସିଆଲ ମିଡିଆରେ ବିବାହର କିଛି ଫଟୋ ଶେୟାର କରିଛନ୍ତି। ୨୮ ବର୍ଷୀୟ ଉନ୍ମୁକ୍ତ କିଛି ମାସ ପୂର୍ବରୁ ଭାରତୀୟ କ୍ରିକେଟକୁ ଅଲବିଦା କହିଥିଲେ। ଏବେ ସେ ଆମେରିକାରେ କ୍ରିକେଟ୍‌ ଖେଳୁଛନ୍ତି। ଆଇପିଏଲରେ ଉପେକ୍ଷିତ ହେବା ପରେ ସେ ଦେଶ ପାଇଁ ଖେଳିବାକୁ ରାଜି ନ ଥିଲେ।
ସୂଚନାଯୋଗ୍ୟ, ଉନ୍ମୁକ ଚାନ୍ଦ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶ ପାଇଁ ରଣଜୀ ଟ୍ରଫି ଖେଳିଛନ୍ତି ଏବଂ ୮ ଟି ଶତକ ସହାୟତାରେ ସେ ୬୭ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୩୩୭୯ ରନ ସଂଗ୍ରହ କରିଛନ୍ତି। ତାଲିକା ଏ କ୍ରିକେଟ ରେ, ଅନ୍ମୁକଟ ହାରାହାରି ୪୧.୩୩ ରେ ୪୫୦୫ ରନ ସଂଗ୍ରହ କରିଥିଲେ। ଚାନ୍ଦ ମଧ୍ୟ ଟି -୨୦ କ୍ରିକେଟରେ ୩ ଶତକ ହାସଲ କରିଛନ୍ତି।

Share