Categories: ଜାତୀୟ

ପରଲୋକରେ ସେନଗାରଙ୍କ ବିରୋଧରେ କେସ୍‌ ଲଢ଼ୁଥିବା ଓକିଲ ମହେନ୍ଦ୍ର

ଉନ୍ନାଓ,୩୦।୧୧: ଉତ୍ତରପ୍ରଦେଶ ଉନ୍ନାଓ ବଳାତ୍କାର ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେନଗାରଙ୍କ ବିରୋଧରେ କେସ୍‌ ଲଢ଼ୁଥିବା ଓକିଲ ମହେନ୍ଦ୍ର ସିଂହ ମାଖିଙ୍କ ପରଲୋକ ଘଟିଛି। ରାୟବରେଲିରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ଆହତ ହେବା ପରେ ପ୍ରାୟ ୧ବର୍ଷ ଧରି ମହେନ୍ଦ୍ର ସିଂହ ହସ୍ପିଟାଲରେ ଥିଲେ। ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ସୋମବାର ତାଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଉନ୍ନାଓ ବଳାତ୍କାର ମାମଲାରେ ପୀଡ଼ିତାଙ୍କ ପକ୍ଷରୁ ମହେନ୍ଦ୍ର କେସ୍‌ ଲଢ଼ିଥିଲେ। ୨୦୧୯ରେ ଜୁଲାଇ ମାସରେ ପୀଡ଼ିତାଙ୍କ ପରିବାର ସହ ମହେନ୍ଦ୍ର ରାୟବରେଲି ଯାଉଥିଲେ। ସେହି ସମୟରେ ଏକ ଟ୍ରକ ତାଙ୍କ କାର୍‌କୁ ଧକ୍କା ଦେଇଥିଲା। ଉକ୍ତ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିଲା। ହେଲେ ଉକ୍ତ ଦୁର୍ଘଟଣାରେ ପୀଡ଼ିତା ଓ ମହେନ୍ଦ୍ର ଗୁରୁତର ଆହତ ହୋଇଥିଲେ। ଆହତ ହେବା ପରେ ତାଙ୍କର ମଲ୍ଟିଅର୍ଗାନ କ୍ଷତି ପହଞ୍ଚିଥିଲା। ସେହିଦିନଠାରୁ ସେ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଅଚାନକ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଜିଲା ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି।

Share