ଦାରିଙ୍ଗବାଡି, ୮।୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ହାତୀମୁଣ୍ଡା ପଞ୍ଚାୟତରେ ଗତ ୨ ମାସ ହେଲା ଭତ୍ତା ଟଙ୍କା ମିଳୁନାହିଁ। ଫଳରେ ବିଧବା, ବାଦ୍ଧର୍ର୍କ୍ୟ, ଦିବ୍ୟାଙ୍ଗ ଭଳି ହିତାଧିକାରୀମାନେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଟଙ୍କା ଅଭାବରୁ ଗୋଟିଏ ଓଳି ଖାଇଲେ ଆଉ ଗୋଟିଏ ଓଳି ଉପବାସ ରହୁଛନ୍ତି। ଏବେ ଅଞ୍ଚଳରେ ଲଗାଣ ବର୍ଷା ଚାଲିଥିବାରୁ କୌଣସି କାମଧନ୍ଦା ନପାଇ ବୃଦ୍ଧାବୃଦ୍ଧମାନେ ବହୁତ ହଇରାଣ ହେଉଛନ୍ତି। ସେମାନଙ୍କ ପାଇଁ ଆବଶ୍ୟକ ଔଷଧ ଆଦି କିଣିବା ସମ୍ଭବ ହେଉନଥିବା ପୀଡାଡ଼ମା ଗ୍ରାମର ନାଗଟା ମଳିକ, ତାଜୁ ମଲିକ ପ୍ରମୁଖ କହିଛନ୍ତି। ଜଣେ ବିଧବା ମହିଳା ସ୍ନେହଳତା ହାୱାଡା କହିଛନ୍ତି ଯେ, ସେ ତାଙ୍କ ପୁଅ ସହ ମିଶି ରହୁଛନ୍ତି। ସ୍ବାମୀ ପ୍ରାୟ ଦଶ ବର୍ଷ ହେଲା ମୃତ୍ୟୁ ବରଣ କରିଥିବାବେଳେ କୌଣସି ରୋଜଗାର କି ଜମିବାଡ଼ି ନଥିବାରୁ ସେ ଅଭାବ ଅନଟନରେ ଜୀବନ କାଟୁଛନ୍ତି। ଉକ୍ତ ଭତ୍ତା ଟଙ୍କା ଉପରେ ଆଶା ରଖିଥଲେ ବି ସେତିକ ବିଳୁନି ବୋଲି ସେ କହିଛନ୍ତି। ହାତୀମୁଣ୍ଡା ଏକ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଗ୍ରାମ ପଞ୍ଚାୟତ ମୁଖ୍ୟାଳୟକୁ ଯାତାୟତ ପାଇଁ ବହୁ ସମସ୍ୟା ହୁଏ। ଭତ୍ତା ଓ ଚାଉଳ ପାଇଁ ପଞ୍ଚାୟତ ଅଫିସକୁ ଯିବାକୁ ପଡୁଥିବା ବେଳେ ଭତ୍ତା ପାଇଁ ବାରମ୍ବାର ଦୌଡୁଥିଲେ ସୁଦ୍ଧା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିସିକେଶନ ମଲିକ ପଞ୍ଚାୟତ କାର୍ଯ୍ୟାଳୟକୁ ନିୟମିତ ଆସନ୍ତି ନାହିଁ। ତେଣୁ ଅଞ୍ଚଳବାସୀ ହଇରାଣ ଭୋଗୁଥୁବା ଅଭିଯୋଗ କରିଛନ୍ତି। ଏନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିସିକେଶନ ମଲିକଙ୍କୁ ପଚାରିବୁଝିବାରୁ ସେ କହିଛନ୍ତି ଯେ, କିଛି କାରଣରୁ ସେ ଦୁଇମାସ କିଛି ଗ୍ରାମରେ ଭତ୍ତା ଟଙ୍କା ପ୍ରଦାନ କରିପାରି ନାହଁି। ଉକ୍ତ ଟଙ୍କା ମୋ ନିକଟରେ ରହିଛି ଏବେ ସ୍ବାସ୍ଥ୍ୟଗତ କାରଣରୁ ମୁଁ ଛୁଟିରେ ରହିଛି ବୋଲି ସେ କହିଛନ୍ତି।
Posted inଆମ ଜିଲା ଖବର, କନ୍ଧମାଳ