Categories: ଜାତୀୟ

କାର୍ଯ୍ୟ ବନ୍ଦ ଧମକ ଦେଲେ ବର୍ଷେ ହେଲା ଦରମା ପାଇ ନ ଥିବା ଶବଦାହ କର୍ମୀ

ବେଙ୍ଗାଲୁରୁ,୧୫।୪ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ବର୍ତ୍ତମାନ କରୋନା ବିସ୍ଫୋରଣ ଭଳି ସ୍ଥିତି। ସାଧାରଣ ଠାରୁ ଢ଼େର ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। ଫଳରେ ଶବଦାହ କେନ୍ଦ୍ରର କର୍ମୀଙ୍କ ଉପରେ ବଢ଼ି ଚାଲିଛି ଚାପ। କିନ୍ତୁ ସେମାନଙ୍କୁ ଦୀର୍ଘ ମାସ ହେଲା ଦରମା ମିଳି ନାହିଁ। ଏବେ କାର୍ଯ୍ୟ ବନ୍ଦ କରିବାକୁ ସେମାନେ ଧବକ ଦେଇଛନ୍ତି।

୧୯୭୪ରୁ ଶବଦାହ ଗୃହରେ କାର୍ଯ୍ୟ କରୁଥିବା ଆନ୍ଥୋନୀ ପାଣ୍ଡେମିକ୍‌ ଯୋଗୁ ତାଙ୍କ ଉପରେ ଅଧିକ ଚାପ ପଡ଼ୁଥିବା କହିଛନ୍ତି। କିନ୍ତୁ ତାଙ୍କୁ ୧୩ ମାସ ହେଲା ଦରମା ମିଳି ନାହିଁ।

ଯେତିକି ସଂଖ୍ୟାରେ ମୃତଦେହ ଆସୁଛି, ତାହାକୁ ନିୟନ୍ତ୍ରଣ କରିବା କଷ୍ଟକର। ଆମେ ଜାଣିନୁ ପରବର୍ତ୍ତୀ ସମୟରେ କ’ଣ ଘଟିବ। କରୋନାରେ ଆକ୍ରାନ୍ତ ହୋଇ ମୁଁ ୩ ମାସ ମେଡିକାଲରେ ଥିଲି। କିନ୍ତୁ କୌଣସି ପ୍ରକାର ସହାୟତା ମିଳି ନାହିଁ। ଆମେ କେଉଁ ଭଳି ପରିବାର ଚଳାଉଛୁ, ତାହା କେବଳ ଆମକୁ ଜଣା। ଆମେ କାର୍ଯ୍ୟ ବନ୍ଦ କରିଦେବୁ। ତା’ ପରେ ସେମାନେ ଜାଣିବେ ଆମେ କିଏ ବୋଲି ଆନ୍ଥୋନୀ କହିଛନ୍ତି।

Share