୨୧ ଦିନ ମଧ୍ୟରେ ଅସଂଯୋଜିତ ଲକଡାଉନକୁ ନେଇ କେବେ ଯୁଦ୍ଧରେ ବିଜୟୀ ହେବନାହିଁ: ରାହୁଲ

ନୂଆଦିଲ୍ଲୀ,୧୯ ।୧୨: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୧ କୋଟି ଅତିକ୍ରମ କରି ଯାଇଥିବା ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ କେନ୍ଦ୍ରର ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ବିନା ଯୋଜନାରେ କରାଯାଇଥିବା ଲକଡାଉନ ଯୋଗୁ କରୋନାକୁ ରୋକି ହେଲା ନାହିଁ । ଫଳରେ ଦେଶରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଗଲା । ସେ ଟୁଇଟ୍ କରି କହିଛନ୍ତି ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୧ କୋଟି ଅତିକ୍ରମ କରିଗଲା ଆଉ ପାଖାପାଖି ୧.୫ ଲକ୍ଷ ଲୋକଙ୍କ ମୃତ୍ୟୁ ହେଲା । ତେଣୁ ଅସଂଯୋଜିତ ଲକଡାଉନ କରି ୨୧ ଦିନ ମଧ୍ୟରେ କରୋନା ଯୁଦ୍ଧକୁ କେବେ ଜିତି ହେଲା ନାହିଁ । ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ । ତେଣୁ ଏଥିରେ କୋଟି କୋଟି ଲୋକଙ୍କ ଜୀବନ ନଷ୍ଟ ହୋଇଗଲା । ତେବେ ଦେଶରେ କରୋନା ମହାମାରୀର କରାଳ ରୂପ ପାଇଁ କେବଳ ନରେନ୍ଦ୍ର ମୋଦିଙ୍କ ସରକାର ଦାୟୀ ବୋଲି ରାହୁଲ କହିଛନ୍ତି ।

Share