ଅପହଞ୍ଚ ଓ୍ବାନ୍‌କାର୍ଡ

ଭୁବନେଶ୍ୱର,୧୪ା୧(ଅନିଲ ଦାସ)କୋଭିଡ୍‌ ମହାମାରୀ ସମୟରେ ଶ୍ରମିକଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୨୦ ଜୁନ୍‌ ୧ରୁ ସମଗ୍ର ଦେଶରେ ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ କାର୍ଡ (ଓଏନ୍‌ଓଆର୍‌ସି) ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଏହି ବ୍ୟବସ୍ଥା ଅନୁଯାୟୀ ନିଜ ଗାଁ ଛାଡ଼ି ଅନ୍ୟତ୍ର ରହୁଥିବା ରାଶନ କାର୍ଡ ହିତାଧିକାରୀ ସେଠାକାର ଡିଲରଙ୍କ ନିକଟରୁ ଖାଦ୍ୟଶସ୍ୟ ନେଇପାରିବେ। ଓଡ଼ିଶାରେ ଏହା ୨୦୨୧ ଜୁଲାଇରୁ ଲାଗୁ ହୋଇଥିଲେ ମଧ୍ୟ ହିତାଧିକାରୀଙ୍କ ପାଇଁ ତାହା ଅପହଞ୍ଚ ହୋଇଛି। ଦୁର୍ବଳ ଇଣ୍ଟରନେଟ ବ୍ୟବସ୍ଥା ଏବଂ ରାଶନ ଯୋଗାଉଥିବା ଡିଲରଙ୍କ ଅସହଯୋଗ ଯୋଗୁ ହିତାଧିକାରୀ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି।
କେଉଁ ଦୁର୍ଗମ ଅଞ୍ଚଳ ନୁହେଁ, ଭୁବନେଶ୍ୱରକୁ ଆସିଥିବା ହିତାଧିକାରୀମାନେ ମଧ୍ୟ ଓ୍ବାନ୍‌ ରାଶନ କାର୍ଡ ବ୍ୟବସ୍ଥାର ଲାଭ ପାଇ ପାରୁ ନ ଥିବା ଜଣାପଡ଼ିଛି। କନ୍ଧମାଳର ରାଶନକାର୍ଡ ହିତାଧିକାରୀ ବାସନ୍ତି ଜାନି କହିଛନ୍ତି, ଆମେ ଗରିବ ଲୋକ। ମଜୁରି ଲାଗିଲେ ଘର ଚଳୁଛି। ସରକାର ଆମକୁ ଚାଉଳ ଗଣ୍ଡେ ଦେଉଛନ୍ତି। ହେଲେ ଗାଁକୁ ଯାଇ ଚାଉଳ ଆଣିଲେ ବହୁତ ଖର୍ଚ୍ଚ କରିବାକୁ ପଡୁଛି। ଏଇଠି ମିଳିଲେ ଭଲ ହୁଅନ୍ତା। ପାଖ ଡିଲର ଆମକୁ ରାଶନ ଦେବାକୁ ମନା କରି ଦେଉଛନ୍ତି। କହୁଛନ୍ତି ତୁମର ଏଠି ନାଁ ନାହିଁ। ଯେଉଁଠି ଅଛି ସେଠୁ ନିଅ। କେବଳ ବାସନ୍ତି ଜାନି ନୁହନ୍ତି, ଭଦ୍ରକର କୁସୁମ ନାୟକ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ହିତାଧିକାରୀଙ୍କଠାରୁ ଏଭଳି ଶୁଣିବା ପରେ ସମଗ୍ର ଦେଶରେ କାର୍ଯ୍ୟକାରୀ ହେଉଥିବା ଓ୍ବାନ୍‌ ନେଶନ, ଓ୍ବାନ ରାଶନ କାର୍ଡ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ୩ କୋଟି ୩୩ ଲକ୍ଷ ୨୭ ହଜାର ୨୫୫ ଜଣ ହିତାଧିକାରୀ ସାମିଲ ହୋଇଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ ସେଥିରୁ ଓ୍ବାନ୍‌ ରାଶନ କାର୍ଡ ଯୋଜନାରେ ଏ ପର୍ଯ୍ୟନ୍ତ କେବଳ ୧ ଲକ୍ଷ ୧୦ ହଜାର ପରିବାର ଉପକୃତ ହୋଇଛନ୍ତି।
ଇଣ୍ଟରନେଟ ସୁବିଧା ଥିବା ଅଞ୍ଚଳର ଡିଲରଙ୍କ ମନମୁଖି କାର୍ଯ୍ୟ ଯୋଗୁ ସରକାରଙ୍କୁ ବଦ୍‌ନାମ ହେବାକୁ ପଡୁଛି। ହିତାଧିକାରୀ ରାଶନ ପାଇବାରୁ ବଞ୍ଚିତ ହେଉଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ଦୁର୍ବଳ ଇଣ୍ଟରନେଟ ବ୍ୟବସ୍ଥା ମଧ୍ୟ ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ କାର୍ଡ କାର୍ଯ୍ୟକାରିତାରେ ବାଧା ସୃଷ୍ଟି କରିଛି। ରାଜ୍ୟରେ ୫୧ ହଜାର ୧୭୬ ଗ୍ରାମ ରହିଛି। କେନ୍ଦ୍ର ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଓଡ଼ିଶାରେ ୬ ହଜାର ୫୯୨ ଗ୍ରାମରେ ଇଣ୍ଟରନେଟ ସୁବିଧା ନ ଥିବାବେଳେ ୪ ହଜାର ୫୪୯ ଗ୍ରାମରେ ମୋବାଇଲ ନେଟ୍‌ଓ୍ବର୍କ ନାହିଁ। କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର , ରାୟଗଡା, ସୁନ୍ଦରଗଡ, ବରଗଡ, ସମ୍ବଲପୁର ଭଳି ଆଦିବାସୀ ବହୁଳ ଜିଲାର ଅନେକ ଭାଗ ଏବେ ବି ଇଣ୍ଟରନେଟ ଉପଲବ୍ଧ ହେଉ ନାହିଁ।
୫-ଜି ଇଣ୍ଟରନେଟ ବ୍ୟବସ୍ଥା ଥିବା ରାଜଧାନୀରେ ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ କାର୍ଡ ବ୍ୟବସ୍ଥାର ଲାଭ ହିତାଧିକାରୀଙ୍କୁ ମିଳୁ ନ ଥିବାବେଳେ ଦୁର୍ଗମ ଅଞ୍ଚଳରେ ଏହା କିପରି କାର୍ଯ୍ୟକାରୀ ହେଉ ଥିବ ତାହା ବୁଝାପଡୁଛି। ଏଥିରୁ ଡିଜିଟାଲ ଇଣ୍ଡିଆ ଓ ବିକଶିତ ଭାରତ ଭଳି ଧ୍ୱନି ସମ୍ପୂର୍ଣ୍ଣ ଭାବେ ଫମ୍ପା ବୋଲି ଜଣାପଡୁଛି।
ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ରାଜ୍ୟର ସମସ୍ତ ଜିଲାରେ ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ କାର୍ଡ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ହିତାଧିକାରୀ ଯେଉଁଠି ରହିଲେ ବି ରାଶନ ପାଇ ପାରିବେ। ତେବେ କେତେକ ସ୍ଥାନରେ ଇଣ୍ଟରନେଟ ଅସୁବିଧା ଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଉଦ୍ଦେଶ୍ୟମୂଳକ ଭାବେ ଯଦି କୌଣସି ଫେୟାର ପ୍ରାଇସ ଶପ୍‌(ଏଫପିଏସ)ରେ ହିତାଧିକାରୀଙ୍କୁ ଅସହଯୋଗ କରାଯାଉଥିବା ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। କିନ୍ତୁ ହିତାଧିକାରୀଙ୍କ ସଂଖ୍ୟା ବହୁଳ ଥିବା ହେତୁ ତାହା ସମ୍ଭବପର ହେଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri