ଅପମିଶ୍ରିତ ଘିଅ, ତେଲ କାରଖାନା ଠାବ: ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସାମଗ୍ରୀ ଜବତ

କଟକ ସଦର,୨୯ା୧୧(ଡି.ଏନ୍‌.ଏ.): କଟକ ସଦର ଥାନା ଅଧୀନ ୪୨ ମୌଜା ଶ୍ରୀରାମ ଗ୍ରାମରେ ଥିବା ଅପମିଶ୍ରିତ ଘିଅ ଓ ତେଲ କାରଖାନାକୁ ରବିବାର ପୋଲିସ ଠାବ କରିଛି। ସେଠାରେ ଚଢ଼ାଉବେଳେ ନାମୀଦାମୀ କମ୍ପାନୀର ପାଉଚ୍‌ ଓ ଡବାରେ ଥିବା ଅପମିଶ୍ରିତ ଘିଅ, ଜଡାତେଲ, ଘିଅର ସୁଗନ୍ଧ ଏବଂ ବିଭିନ୍ନ ପ୍ରକାରର ମଞ୍ଜି ଜବତ କରାଯାଇଛି। ଜବତ ସାମଗ୍ରୀର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ପୋଲିସ କହିଛି।

Share