କେନ୍ଦୁଝର,୧୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ଘଷିପୁରା ପଞ୍ଚାୟତରେ ୨୫ଟି ପଞ୍ଚାୟତ ଓ ୩ଟି ଜିଲାପରିଷଦ ଜୋନ ନିମନ୍ତେ ଚାଲିଛି ମତଦାନ। ସକାଳୁ ସକାଳୁ ଭୋଟ ଦେବାକୁ ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ଘଷିପୁରା ବିଧାୟକ ନିଜ ପୈତୃକ ଗାଁ ଗଡ଼ବାନ୍ଧଗୋଡାରେ ମତଦାନ କରିଛନ୍ତି। ତେବେ ତାଙ୍କ ଉପସ୍ଥିତିକୁ ନେଇ କେତେକ ଲୋକ ଆକ୍ଷେପ କରିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବୁଥ୍‌ରେ କିଛି ସମୟ ପାଇଁ ଉତେଜନା ପ୍ରକାଶ ପାଇଥିଲା। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ଶାନ୍ତ କରିଥିଲା।

Share