Posted inଜାତୀୟ

ଆସାମରେ ଉଚ୍ଛେଦ ଅଶାନ୍ତି

ଗୁଆହାଟୀ,୨୪ା୨: ଉତ୍ତର ପୂର୍ବାଞ୍ଚଳର ଭାଜପା ଶାସିତ ରାଜ୍ୟ ଆସାମରେ ସମ୍ଭାବ୍ୟ ଉଚ୍ଛେଦକୁ ନେଇ ଅଶାନ୍ତି ଦେଖାଦେଇଛି। କେତେକ ଚାରଣଭୂଇଁରୁ ୧୦ ହଜାର ବେଆଇନ ଅଧିବାସୀଙ୍କୁ ହଟାଇବା ପାଇଁ ରାଜ୍ୟରେ ଦାବି ହେଉଥିବାବେଳେ ଗତମାସରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସେମାନଙ୍କୁ ବିସ୍ଥାପିତ ହେବାକୁ ଦିଆଯିବ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ। ତେବେ ପ୍ରୋଫେସନାଲ ଗ୍ରାଜିଂ ରିଜର୍ଭ (ପିଜିଆର୍‌) ଏବଂ ଭିଲେଜ ଗ୍ରାଜିଂ ରିଜର୍ଭ (ଭିଜିଆର୍‌)ରୁ ଏହି ଅଧିବାସୀମାନଙ୍କୁ ହଟାଇବା ପାଇଁ କର୍ବି ଆଙ୍ଗ୍‌ଲୋଙ୍ଗ୍‌ ଅଟୋନମସ୍‌ କାଉନ୍‌ସିଲ (କେଏଏସି) ନିଷ୍ପତ୍ତି ନେଇଛି। ଆଙ୍ଗ୍‌ଲୋଙ୍ଗ୍‌ ଏବଂ ଓ୍ବେଷ୍ଟ କର୍ବି ଜିଲାର ପ୍ରଶାସନ ଦାୟିତ୍ୱରେ ଥିବା କେଏଏସି ୨,୦୮୬ ପରିବାରର ଲୋକଙ୍କୁ ବେଆଇନ ଅଧିବାସୀ ରୂପେ ଆଖ୍ୟା ଦେଇଛି। ଇତିମଧ୍ୟରେ ଉକ୍ତ ଦୁଇ କିସମର ଜମିରେ ବସବାସ କରୁଥିବା ଲୋକଙ୍କୁ ଆଇନତଃ ବୈଧ ବାସିନ୍ଦା ଭାବେ ମାନ୍ୟତା ପ୍ରଦାନ ନିମନ୍ତେ ଗତ ଜାନୁଆରୀରେ ଏକ ହିନ୍ଦୀଭାଷୀ ଗୋଷ୍ଠୀ କର୍ତ୍ତୃପକ୍ଷଙ୍କୁ ସ୍ମାରକପତ୍ର ଦେଇଥିଲା। ସେଇଠୁ ଏହି ବିବାଦର ସୂତ୍ରପାତ ହୋଇଥିବା କୁହାଯାଉଛି।
ଷ୍ଟୁଡେଣ୍ଟ୍ସ ଆସୋସିଏଶନ ଏବଂ ଅଟୋନମସ୍‌ ଷ୍ଟେଟ୍‌ ଡିମାଣ୍ଡ୍‌ କମିଟି ୟୁଥ୍‌ ଫ୍ରଣ୍ଟ ପକ୍ଷରୁ ଗତ ୧୫ ତାରିଖରେ ଦୁଇ ଜିଲାରୁ ବେଆଇନ ଅଧିବାସୀଙ୍କୁ ଉଚ୍ଛେଦ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭ ବେଳେ ସଂଘର୍ଷ ଘଟିବାରୁ କେତେଜଣ ବ୍ୟକ୍ତି ଆହତ ହୋଇଥିଲେ। ବିଧାନସଭାରେ ଶୁକ୍ରବାର ରାଜ୍ୟ ସରକାର ବଜେଟ ଉପସ୍ଥାପନ କରୁଥିବାବେଳେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇଛି। କଂଗ୍ରେସ ନେତା ଦେବବ୍ରତ ସାଇକିଆ କହିଛନ୍ତି, ବାସିନ୍ଦାମାନେ ୧୯୪୦ ମସିହାରୁ ଦଖଲ ଦସ୍ତାବିଜ ପାଇ ସେଠାରେ ରହିଆସୁଛନ୍ତି। ଏହାସତ୍ତ୍ୱେ ସେମାନଙ୍କ ନାମକୁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏଥିଯୋଗୁ ସେମାନଙ୍କ ଭବିଷ୍ୟତ ଅନିଶ୍ଚିତତା ଦେଇ ଗତି କରୁଛି। ରାଜସ୍ବ ମନ୍ତ୍ରୀ ଯୋଗେନ୍‌ ମୋହନ ଏହାର ଜବାବରେ କହିଛନ୍ତି, କେଏଏସିର ପଦକ୍ଷେପ ଯଥାର୍ଥ। ବେଆଇନ ଅଧିବାସୀଙ୍କୁ ହଟାଇବା ପାଇଁ ଆଦିବାସୀ ପରିଷଦ ଏହି ନିଷ୍ପତ୍ତି ନେଇଛି। କେଏଏସି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତୁଳୀରାମ ରୋଙ୍ଗ୍‌ହଙ୍ଗ୍‌ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା…

କୋଲକାତା,୨୧ା୯: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ୪୨ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ...

ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।...

ରାହୁଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ : ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ…

ଜମ୍ମୁ,୨୧ା୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ନେତାମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଧମକ ଦିଆଯାଉଛି।...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

ଆତିଶୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ଭାଜପା, କାହିଁକି ଏମିତି କହିଲେ ଭାଜପା ଏମପି

ନୂଆଦିଲ୍ଲୀ,୨୧।୯: ଭାଜପା ଏମପି ମନୋଜ ତିୱାରୀ ଆତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ ରାଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri