Categories: ଜାତୀୟ

ଅଶାନ୍ତ ରାଜସ୍ଥାନ, ୮ ବର୍ଷରେ ୩୩୦୦ରୁ ଅଧିକ ହିଂସା, ୮୧ ସାମ୍ପ୍ରଦାୟିକ…

ଜୟପୁର, ୨୮।୬ : ରାଜସ୍ଥାନର ଉଦୟପୁରରେ ଘଟିଥିବା ବର୍ବର ହତ୍ୟା ଯୋଗୁ ଉତ୍ତେଜନା ସୃଷ୍ଟି ହୋଇଛି। ଜିଲା ପ୍ରଶାସନ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦେଇଛି। ଗତ ୩ ମାସରେ ରାଜ୍ୟରେ ଏହା ଚତୁର୍ଥ ଘଟଣା।

୨୦୧୩ଠାରୁ ୨୦୨୦ ମଧ୍ୟରେ ଗତ ୮ ବର୍ଷରେ ରାଜ୍ୟରେ ୩୩୦୦ରୁ ଅଧିକ ହିଂସା ଘଟିଛି। ରାଜ୍ୟରେ ଏହି ସମୟ ମଧ୍ୟରେ ମୋଟ ୩,୩୪୨ ହିଂସାକାଣ୍ଡ ଘଟିଛି। ସେଥିମଧ୍ୟରେ ୮୧ଟି ସାମ୍ପ୍ରଦାୟିକ ହିଂସା।

୨୦୧୩ରେ ସର୍ବାଧିକ ୫୪୨ ହିଂସାକାଣ୍ଡ ଘଟିଥିଲା। ୨୦୧୪ରେ ୫୩୬, ୨୦୧୫ ରେ ୪୨୪, ୨୦୧୬ରେ ସବୁଠାରୁ କମ୍‌ ସଂଖ୍ୟକ ହିଂସାକାଣ୍ଡ ଘଟିଛି। ଏହି ବର୍ଷ ୨୬୯ ହିଂସା ଘଟିଛି। ୨୦୨୧ର ହିଂସା ଘଟଣାର ରେକର୍ଡ ଏନସିଆର୍‌ବିରେ ଉପଲବ୍ଧ ନାହିଁ। ଏସବୁ ହିଂସାକାଣ୍ଡରେ ୩,୫୪୭ ଜଣ ପୀଡ଼ିତ ହୋଇଥିବା ଏନସିଆର୍‌ବି ରେକର୍ଡରୁ ଜଣାପଡ଼ିଛି।

Share