ସ୍ବାଧୀନତା ଦିବସରେ ଅଘଟଣ: ଜାତୀୟ ପତାକା ଉତ୍ତୋଳନ ବେଳେ ଗ୍ରାମରକ୍ଷୀଙ୍କ ଜୀବନ ଗଲା

ଖୋର୍ଦ୍ଧା ଅଫିସ,୧୫ା୮: ସମଗ୍ର ରାଜ୍ୟରେ ୭୫ତମ ସ୍ବାଧୀନତା ଦିବସ ପାଳନ କରାଯାଉଥିବା ବେଳେ ଖୋର୍ଦ୍ଧାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଙ୍କିଆ ଥାନା ସିକୋ ଫାଣ୍ଡିରେ ଜାତୀୟ ପତାକା ଉତ୍ତୋଳନ ବେଳେ ସଂସ୍ପର୍ଶରେ ଆସି ଜଣେ ଗ୍ରାମରକ୍ଷୀଙ୍କ ଜୀବନ ଯାଇଥିବା ବେଳେ କନଷ୍ଟେବଳ ବୀରକିଶୋର ଭୋଳ ଆହତ ହୋଇଛନ୍ତି। ମୃତକ ହେଲେ ଗ୍ରାମରକ୍ଷୀ ଧନେଶ୍ୱର ଦାସ। ରବିବାର ସକାଳ ସାଢ଼େ ୭ଟାରେ ଫାଣ୍ଡି ପରିସରରେ ଜାତୀୟ ପତାକା ଉତ୍ତୋଳନ କରୁଥିଲେ। ପତାକା ଉତ୍ତୋଳନ ଲାଗି ପୋତା ଯାଇଥିବା ଖମ୍ବ ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ଉଭୟ ଗୁରୁତର ହୋଇଥିଲେ। ଉଭୟଙ୍କୁ ଖୋର୍ଦ୍ଧା ମେଡିକାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ଗ୍ରାମରକ୍ଷୀଙ୍କୁ ମୃତ ଘୋଷଣା କରିଥିଲେ। କନଷ୍ଟେବଳଙ୍କୁ ଗୁରୁତର ଭାବେ ଏମ୍ସ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Share