ଅଶାନ୍ତ ପାକିସ୍ତାନ: ସାଧାରଣ ନିର୍ବାଚନ ପୂର୍ବରୁ ପୋଲିସ ଷ୍ଟେଶନ ଉପରେ ଗ୍ରେନେଡ ଆକ୍ରମଣ, ୧୦ ପୋଲିସକର୍ମୀ ଶହୀଦ

ଇସଲାମାବାଦ,୫।୨: ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ଭୋଟ ଦେବାର ତିନି ଦିନ ପୂର୍ବରୁ ସୋମବାର ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ପୋଲିସ ଷ୍ଟେଶନକୁ ଟାର୍ଗେଟ କରି ଗ୍ରେନେଡ ସାହାଯ୍ୟରେ ଆକ୍ରମଣ କରିଥିଲେ। ଯେଉଁଥିରେ ୧୦ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନାନୁସାରେ, ସୋମବାର ସକାଳେ ପାକିସ୍ତାନର ଖାଇବର ପାଖ୍ଟନଖୱା ପ୍ରଦେଶର ଦାରବର ସହରରେ ଏକ ପୋଲିସ ଷ୍ଟେଶନରେ ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା। ଜିଓ ନ୍ୟୁଜ ରିପୋର୍ଟ ଅନୁଯାୟୀ ଏହି ଆତଙ୍କବାଦୀ ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସର ଏହି ଆକ୍ରମଣ ନିର୍ବାଚନର ତିନି ଦିନ ପୂର୍ବରୁ ଘଟିଥିଲା। ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପାଇଁ ଭୋଟ ୮ଫେବୃଆରୀରେ ପାକିସ୍ତାନରେ ହେବ। ବର୍ତ୍ତମାନ ଏହି ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ଦାୟିତ୍ୱ ଗ୍ରହଣ କରି ନାହାଁନ୍ତି।
ଜିଓ ନ୍ୟୁଜ ରିପୋର୍ଟ ଅନୁଯାୟୀ, ସୋମବାର ପାକିସ୍ତାନ ପୋଲିସ କହିଛି ଯେ ଖୈବର ପଖତୁନଖ୍ବା ଅନ୍ତର୍ଗତ ଡେରା ଇସମାଇଲ ଖାନ ଜିଲାର ଏକ ପୋଲିସ ଷ୍ଟେଶନରେ ହୋଇଥିବା ଆକ୍ରମଣରେ ଅତି କମରେ ୧୦ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ, ଆତଙ୍କବାଦୀମାନେ ଭୋର ୩ଟା ସମୟରେ ଡର୍ବାନ ତହସିଲରେ ଥିବା ପୋଲିସ ଷ୍ଟେଶନ ଉପରେ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଆକ୍ରମଣ କରିଥିଲେ। ଜିଓ ନ୍ୟୁଜ ଅନୁଯାୟୀ, ଆହତମାନଙ୍କୁ ଡିଏଚକ୍ୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ପୋଲିସ କହିଛି। ଆତଙ୍କବାଦୀମାନେ ପୋଲିସ ଷ୍ଟେଶନକୁ ସବୁ ଦିଗରୁ ଗ୍ରେନେଡ ସାହାଯ୍ୟରେ ଆକ୍ରମଣ କରି ପ୍ରବଳ ଗୁଳି ଚଳାଇଥିଲେ।

Share