ଅସୁରକ୍ଷିତ କଳାପଥର ଖାଦାନ: ଡିଜିଏମ୍‌ଏସ୍‌ଙ୍କ ନିର୍ଦ୍ଦେଶକୁ ଅବମାନନା

ଯାଜପୁର,୪ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ କଳାପଥର ଉତ୍ତୋଳନରେ କୌଣସି ଆଇନକାନୁନ୍‌କୁ ଲିଜ୍‌ଧାରୀମାନେ ମାନୁ ନାହାନ୍ତି। କେନ୍ଦ୍ର ଖଣି ସୁରକ୍ଷା ନିର୍ଦ୍ଦେଶକ ତଥା ଡାଇରେକ୍ଟୋରେଟ ଜେନେରାଲ ଅଫ୍‌ ମାଇନ୍ସ ସେଫ୍ଟି(ଡିଜିଏମ୍‌ଏସ୍‌), ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଯାଜପୁର ଲଘୁ ଖଣି ସର୍କଲର ଉପନିର୍ଦ୍ଦେଶକ(ଡିଡିଏମ୍‌)ଙ୍କ ବିଭିନ୍ନ ନିର୍ଦ୍ଦେଶ ପତ୍ର ପାଣିରେ ପଡୁଛି। କଳାପଥର ଖାଦାନରେ ଶୂନ୍ୟମୃତ୍ୟୁ ଲକ୍ଷ୍ୟ ନେଇ ହୋଇଥିବା ମାଇନ ମ୍ୟାନେଜର ନିଯୁକ୍ତି ନିର୍ଦ୍ଦେଶକୁ ୧ ମାସରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇ ସାରିଥିଲେ ବି ତାକୁ ଅବମାନନା କରାଯାଇଛି। ଏହାବାଦ୍‌ କଳାପଥର ଲୁଟ୍‌ ପରିମାଣ କ୍ରମଶଃ ବଢ଼ିବାରେ ଲାଗିଛି । କେତେଜଣ ବିଭାଗୀୟ ଅଧିକାରୀ କଳାପଥର ଟନ୍‌ ପିଛା ୬୦ ଟଙ୍କା, କ୍ରଶରରେ ଟନ୍‌ ପିଛା ୨୦ ଟଙ୍କା ଲେଖାଏ ଆଦାୟ କରୁଥିବା ଅଭିଯୋଗ ହୋଇଛି। ଫଳରେ କଳାପଥର ଲିଜ୍‌ ବାତିଲ ହୋଇ ପାରୁନାହିଁ। ବରଂ ବ୍ୟବସାୟୀମାନେ ବିନା ଟିପିରେ ପରିବହନ କରି ସରକାରଙ୍କ ନିଷ୍ପତ୍ତିକୁ ଏକ ପ୍ରକାର ଚ୍ୟାଲେଞ୍ଜ କରୁଥିବା ଅଭିଯୋଗ ହୋଇଛି।
ମରଣଯନ୍ତା ଭାବେ ପରିଚିତ ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳର ବିଭିନ୍ନ କଳାପଥର ଖାଦାନରେ ବିସ୍ଫୋରଣ ଶବ୍ଦ ଥମୁନି। ଶତାଧିକ ଲିଜ୍‌ପ୍ରାପ୍ତ ଏବଂ ବେଆଇନ ଖାଦାନରେ ଅହରହ ୱାଗନ ବ୍ଲାଷ୍ଟିଂରେ ଆଖପାଖ ଅଞ୍ଚଳ ଥରି ଉଠୁଛି ା ମାଇନିଂ ପ୍ଲାନ ବ୍ୟତୀତ ଜଙ୍ଗଲ ଓ ପରିବେଶ ଅନୁମତି, ୱାଗନ ଡ୍ରିଲିଂ ଆଦି ଅନୁମତି ନ ଥାଇ ଏଭଳି ବିସ୍ଫୋରଣ ଏବଂ ଦୁର୍ଘଟଣା ଯୋଗୁ ଶ୍ରମିକମାନଙ୍କ ଅକାଳ ମୃତ୍ୟୁ ହେଉଛି। ଏହି ଶ୍ରମିକ ମୃତ୍ୟୁ ଘଟଣାରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ୧୪୭/୨୦୨୪/ଇଜେଡରେ ଏକ ମାମଲା ରୁଜୁ ହୋଇଛି। ଉକ୍ତ ଅଭିଯୋଗରେ ୨୦୧୭ରେ ୧୦ ଜଣ, ୨୦୧୮ରେ ୧୪ ଜଣ ଓ ୨୦୨୩-୨୪ରେ ୨୦ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହାପୂର୍ବରୁ ମଧ୍ୟ ୫୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଡିଜିଏମ୍‌ଏସ୍‌ର ବିଭିନ୍ନ ଆଇନ ଅନୁସାରେ କଳାପଥର ଉତ୍ତୋଳନ ହେଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏହି କ୍ରମରେ ଭୁବନେଶ୍ୱର କ୍ଷେତ୍ରର ଡିଜିଏମ୍‌ଏସ୍‌ ପ୍ରତ୍ୟେକ କଳାପଥର ଖାଦାନରେ ସମସ୍ତ ଆଇନର ପାଳନ ସହ ଜଣେ ଲେଖାଏଁ ମାଇନ ମ୍ୟାନେଜର ନିଯୁକ୍ତି କରିବାକୁ ଯାଜପୁର ଲଘୁ ଖଣି ସର୍କଲର ଉପନିର୍ଦ୍ଦେଶକ(ଡିଡିଏମ୍‌)ଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ। ଏହାପରେ ଯାଜପୁର ଡିଡିଏମ୍‌ ୧ ମାସ ମଧ୍ୟରେ ଡିଜିଏମ୍‌ଏସ୍‌ଙ୍କ ଉକ୍ତ ନିର୍ଦ୍ଦେଶକୁ ପାଳନ କରିବାକୁ ଧର୍ମଶାଳା ତହସିଲଦାରଙ୍କ ସମେତ ସମସ୍ତ ଲିଜ୍‌ଧାରୀଙ୍କୁ ୨୭ା୮ା୨୦୨୪ରେ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ନିର୍ଦ୍ଦେଶର ୧ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ବି କୌଣସି ଖାଦାନରେ ମାଇନ ମ୍ୟାନେଜର ନିଯୁକ୍ତ ହୋଇନାହାନ୍ତି ା ଏହିସବୁ ଆଇନ ଏବଂ ନିର୍ଦ୍ଦେଶକୁ ଲିଜ୍‌ଧାରୀମାନେ ଭ୍ରୂକ୍ଷେପ ନ କରି ବିନା ଟିପିରେ କଳାପଥର ପରିବହନ ଜାରି ରଖିଛନ୍ତି। ଏପରି କି ବରଡା, ମାଲଗୋଡା, ବାଜବାଟୀ, ଡଙ୍କାରୀର ୧୮ ନମ୍ବର ଖାଦାନରୁ ବ୍ୟାପକ କଳାପଥର ବିନା ଅନୁମତିରେ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି। ସେହିପରି କ୍ରଶର ଏବଂ କଳାପଥର ଖାଦାନ ସହ ଲିଙ୍କେଜ ବ୍ୟବସ୍ଥାର ନିଷ୍ପତ୍ତି ମଧ୍ୟ ଏଠାରେ କାର୍ଯ୍ୟକାରୀ ହୋଇ ପାରିନାହିଁ। ଫଳରେ କ୍ରଶରଗୁଡିକରେ ବେଆଇନ ଭାବେ ବିପୁଳ ପରିମାଣର କଳାପଥର ମହଜୁଦ ରହୁଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ଏନ୍‌ଜିଟିର ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସରକାରଙ୍କ ଖଣି ସୁରକ୍ଷା ନିର୍ଦ୍ଦେଶକଙ୍କ ସମେତ ରାଜ୍ୟ ସରକାରଙ୍କ ରାଜସ୍ବ, ଜଳ ସମ୍ପଦ, ଖଣି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଆଦି ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଧର୍ମଶାଳା ଗସ୍ତରେ ଆସି ତଦନ୍ତ କରି ଫେରି ଯାଇଛନ୍ତି। ହେଲେ କଳାପଥର ଖାଦାନରେ ଶୂନ୍ୟ ମୃତ୍ୟୁ ଲକ୍ଷ୍ୟ ନେଇ ହୋଇଥିବା ବିଭିନ୍ନ ନିଷ୍ପତ୍ତି କେବଳ କାଗଜ କଲମରେ ସୀମିତ ରହିଛି। ଏଥିରୁ ଏହି ବେଆଇନ କାରବାରର ଚେର ସ୍ଥାନୀୟ କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜରିଆରେ ଲଘୁ ଖଣି ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ଲମ୍ବିଥିବା ମତପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ଯାଜପୁର ଡିଡିଏମ୍‌ ଜୟପ୍ରକାଶ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଏଯାଏ ଜଣେ ହେଲେ ଲିଜ୍‌ଧାରୀ ମାଇନ ମ୍ୟାନେଜର ନିଯୁକ୍ତି କରିଥିବା ସୂଚନା ମିଳିନାହିଁ। ଯେଉଁ ଲିଜ୍‌ଧାରୀ ଡିଜିଏମ୍‌ଏସ୍‌ର ନିର୍ଦ୍ଦେଶକୁ ଅବମାନନା କରିବେ, ତା’ର ଫଳ ସେମାନେ ହିଁ ଭୋଗିବେ ।


Enter your email to get our daily news in your inbox.

All Right Reserved By Dharitri.Com

ହବିଷ୍ୟାଳୀଙ୍କ ପାଇଁ ୬ରୁ ଆବେଦନ ଆରମ୍ଭ, କାର୍ତ୍ତିକ ମାସରେ ପୁରୀରେ ମିଳିବ ସବୁ ସୁବିଧା

ପୁରୀ,୪।୧୦: ହବିଷ୍ୟାଳିଙ୍କ ସୁବିଧା ପାଇଁ ତଥା କାର୍ତ୍ତିକ ବ୍ରତ ପାଇଁ ପୁରୀରେ ଚଳିତ ବର୍ଷଠୁ ଆରମ୍ଭ ହେବ ନୂଆ ବ୍ୟବସ୍ଥା । କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ...

ମା’ ବନଦୁର୍ଗା ମନ୍ଦିର ପ୍ରତିଷ୍ଠାର ସୁବର୍ଣ୍ଣ ଜୟନ୍ତୀ, ରାଇକିଆ ଉତ୍ସବମୁଖର

ରାଇକିଆ, ୪।୧୦(ପ୍ରଦୀପ ବେହେରା):ରାଇକିଆର ପ୍ରତିଷ୍ଠିତ ଦେବୀ ମା’ ବନଦୁର୍ଗାଙ୍କର ମନ୍ଦିର ପ୍ରତିଷ୍ଠାର ସୁବର୍ଣ୍ଣ ଜୟନ୍ତୀ ଶୁକ୍ରବାର ଅନୁଷ୍ଠିତ ହେଉଛି । ଏହାକୁ ଅତ୍ୟନ୍ତ ଜାକଜମକରେ ରାଇକିଆବାସୀ...

ପୋଖରୀରେ ବୁଡି ଚାଲିଗଲା ୪ ବର୍ଷ ଶିଶୁ ପୁତ୍ରଙ୍କ ଜୀବନ

ପାଟଣା,୪।୧୦(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ଟାଙ୍ଗରପଡ଼ା ଦେଉଳିସାହିର ଗାଁ ପୋଖରୀରେ ବୁଡି ଜଣେ ୪ ବର୍ଷର ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। ମୃତ...

ନିଲାମ ହେଲା ଅର୍ପଣ ଚାଉଳ, ଏତେ କୋଟି ଟଙ୍କାରେ ହେଲା ବିକ୍ରି…

ଭୁବନେଶ୍ୱର,୪।୧୦: ନିଲାମ ହେଲା ଅର୍ପଣ ଚାଉଳ। ପରିକ୍ରମା ପ୍ରକଳ୍ପବେଳେ ସଂଗୃହିତ ଅର୍ପଣ ଚାଉଳ ନିଲାମ ହେଲା। କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ନିଲାମ ହେଲା ଅର୍ପଣ...

ରେଳଧାରଣାରେ ପଡ଼ିଛି ଯୁବକଙ୍କ ହାତଗୋଡ଼ ବନ୍ଧା ଖଣ୍ଡବିଖଣ୍ଡିତ ମୃତଦେହ

ଚୌଦ୍ୱାର,୪ା୧୦(ଆଶୁତୋଷ ଦାସ): କଟକ ଟାଙ୍ଗୀ ନର୍ଗୁଣ୍ଡ ରେଳଧାରଣା ଉପରେ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଛ। ଯୁବକ ଜଣଙ୍କ ହେଲେ ତେରୁଆଁ ବଙ୍ଗାଳୀ ସାହିରେ ରହୁଥିବା...

ମାଣ୍ଡିଆ ଚାଷ ପ୍ରତି ଆଗ୍ରହ ବଢୁଛି

ଛେନାପଦି,୪ା୧୦(ନିରାକାର ପରିଡ଼ା): ରାଜ୍ୟ ସରକାରଙ୍କ ପକ୍ଷରୁ ମାଣ୍ଡିଆ ଚାଷର ଅଗ୍ରଗତି ନେଇ ପ୍ରୟାସ କରାଯାଉଛି। ମିଲେଟ୍‌ ମିଶନ ଜରିଆରେ ମାଣ୍ଡିଆ ଜାତୀୟ ଖାଦ୍ୟ ବିକ୍ରି ପାଇଁ...

ପରିବର୍ତ୍ତନ ଧାରାରେ ଅଫିମ ଚାଷୀ

ବାରିପଦା, ୪ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଦିନ ଥିଲା ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଲୋକେ ଅଫିମ ଚାଷ କରୁଥିଲେ। ପୋଲିସ ହାତରେ ଧରାପଡ଼ିଯିବା ଆଶଙ୍କାରେ...

ଛାତକୁ ଯାଇଥିଲେ ମହିଳା, ଗୋଡାଇଲା ମାଙ୍କଡ, ଆଉ ତା’ପରେ…

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ୱାର୍ଡ ନଂ.୪ ସୁନାରି ସାହିର ଜଣେ ମହିଳା ଶୁକ୍ରବାର ସକାଳେ ଛାତରୁ ଖସିପଡି ଗୁରୁତର ଆହାତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri