ଅସୁରକ୍ଷିତ ଗୁଣ୍ଡିଚା ମନ୍ଦିର; ଗଛ ଭର୍ତ୍ତି, ସଫା ପାଇଁ ଉଦ୍ୟମ ହେଉନି

ସୋନପୁର,୧୨।୧୦(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହରର ସବୁଠୁ ଉଚ୍ଚ ଓ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ହେଉଛି ଗୁଣ୍ଡିଚା ମନ୍ଦିର। ଏହି ମନ୍ଦିର ଉପରେ ଏବେ ବର ଓ ଅଶ୍ୱତଥ ଗଛ ଭର୍ତ୍ତି ହୋଇଗଲାଣି। ଗଛଗୁଡିକ ବଢି କ୍ରମେ ୪ରୁ ୫ଫୁଟ ହେଲାଣି। ଗଛର ଚେର ମନ୍ଦିର ଭିତରେ ପ୍ରବେଶ କରି ଫାଟ ସୃଷ୍ଟି କରୁଛି। ବର୍ଷା ହେଲେ ଗଛର ଚେର ବାଟେ ପାଣି ଝରୁଛି। ଏହା ମନ୍ଦିରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। ମନ୍ଦିରର ମରାମତି ଓ ଗଛ ସଫା ପାଇଁ ଜିଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି । ରଥଯାତ୍ରା ସମୟରେ ତିନି ଠାକୁର ଏହି ମନ୍ଦିରରେ ବିଜେ ହୁଅନ୍ତି। ଏହି ସମୟରେ ମନ୍ଦିରରେ ପ୍ରବଳ ଗହଳି ଲାଗେ। ମାତ୍ର ଗତ ରଥଯାତ୍ରା ସମୟରେ ମନ୍ଦିର ଚୁଳରେ ଥିବା ଗଛ ସଫା ହେଲାନି କି ରଙ୍ଗ ଦିଆଗଲାନି। ସହରବାସୀ ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ମନ୍ଦିରର ମରାମତି ପାଇଁ ଅନୁଦାନ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ସୁବର୍ଣ୍ଣପୁର ଗସ୍ତ ସମୟରେ ଅଞ୍ଚଳବାସୀ ଲିଖିତ ଭାବେ ଅନୁରୋଧ କରିଥିଲେ। ତେବେ ଏହି ଅଭିଯୋଗ ଉପରେ ସରକାରଙ୍କ ପକ୍ଷରୁ ଏଯାଏ କୌଣସି ପଦକ୍ଷେପ ନିଆଯାଇନି। ମନ୍ଦିରମାଳିନୀ ସୁବର୍ଣ୍ଣପୁର ସହରରେ ୧୦୮ଟି ଦେବାଦେବୀଙ୍କ ମନ୍ଦିର ରହିଛି। ଏହି ସହରକୁ ଦେଶର ଦ୍ୱିତୀୟ ବାରଣାସୀ ବୋଲି କୁହାଯାଏ। ଏଠାରେ ବହୁ ପ୍ରାଚୀନ ତଥା ଐତିହାସିକ ପୀଠ ରହିଛି। ତେବେ ଏହି ପୁରାତନ ମନ୍ଦିରଗୁଡିକର ଠିକ୍‌ ଭାବେ ରକ୍ଷଣାବେକ୍ଷଣ କରାଯାଉନି। ଗୁଣ୍ଡିଚା ମନ୍ଦିର ଓ ଚତୁଃପାର୍ଶ୍ୱ କାନ୍ଥରେ ବହୁ ଗଛ ଉଠିଲାଣି। ଦେଢବର୍ଷରୁ ଊର୍ଦ୍ଧ୍ୱ ହେବ ସେଗୁଡିକୁ ସଫା କରାଯାଉନି। ସହରର ବଡବଜାରଠାରେ ଥିବା ଏହି ମନ୍ଦିରକୁ ରାଣୀ ଗୁଣ୍ଡିଚା ଦେବୀ ୧୮୩୭ ମସିହାରେ ନିର୍ମାଣ କରିଥିଲେ। ମନ୍ଦିରରେ ନୃସିଂହ ଭଗବାନ ପୂଜା ପାଆନ୍ତି। ମନ୍ଦିରର ନାଟ ମଣ୍ଡପରେ କଲିକତାରୁ ଅଣାଯାଇଥିବା ଲୁହା ପିଲାର ଲାଗିଛି। ମନ୍ଦିରଟି ଖୁବ୍‌ ଉନ୍ନତମାନର ଓ କାରୂକାର୍ଯ୍ୟ ପୂର୍ଣ୍ଣ ଭାବେ ନିର୍ମିତ ହୋଇଛି । ସମସ୍ତ ପୂଜା ପାର୍ବଣରେ ଏହି ମନ୍ଦିର ପ୍ରମୁଖ ଭୂମିକା ନିଭାଇ ଥାଏ। କିନ୍ତୁ ପ୍ରଶାସନ ପକ୍ଷରୁ ମନ୍ଦିରକୁ ଅଣଦେଖା କରାଯାଉଥିବା ସହରବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ଖାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ବନ କର୍ମଚାରୀ

ଅନୁଗୋଳ,୨୦।୯: ହାତୀ ଘଉଡାଇବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ମାଡ଼ରେ ଜଣେ ବନ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ଆଉ ୨ଜଣ କର୍ମଚାରୀ ଆହତ ହୋଇଛନ୍ତି।...

ଭରତପୁର ଥାନାରେ ମେଜର, ବାନ୍ଧବୀଙ୍କୁ ମାଡ଼ ଘଟଣା; ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ

କେନ୍ଦୁଝର,୧୯।୯: ଭାରତୀୟ ସେନା ଅଧିକାରୀ ମେଜର ଗୁରୁଭନ୍ସ ସିଂଙ୍କ ଉପରେ ଆକ୍ରମଣ ତଥା ଭାରତପୁର ପୋଲିସ ଷ୍ଟେସନରେ ତାଙ୍କ ବାନ୍ଧବୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ମାମଲାରେ...

ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ: ଦୈନିକ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ,୨୦।୯: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏ.ଏସ୍‌.ଆଇ ପକ୍ଷରୁ ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରାଯିବ। ଏହି ସମୟରେ ଅପରାହ୍ନ ୨ଟାଠାରୁ...

ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି କିଣି ଅନଲାଇନ୍ ପେମେଣ୍ଟ୍ କଲେ ପ୍ରଧାନମନ୍ତ୍ରୀ; କହିଲେ ବଡ଼ କଥା

ଭୁବନେଶ୍ୱର,୨୦।୯: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ମହାରାଷ୍ଟ୍ରର ୱାର୍ଦ୍ଧା ଗସ୍ତ ୧ ଲକ୍ଷ ହିତାଧିକାରୀଙ୍କୁ...

ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆରମ୍ଭ ହେବ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା; ୨୩ରୁ ବର୍ଷା ପରିମାଣ ବୃଦ୍ଧି ସମ୍ଭାବନା

ଭୁବନେଶ୍ୱର,୨୦।୯: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଶରୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଦେଶର ଉତ୍ତର ପଶ୍ଚିମ ଭାଗରୁ ପ୍ରଥମେ ଆସନ୍ତା...

ଓଡ଼ିଶା ପୁଣିଥରେ ଦେଖିବ ସରକାର ପରିବର୍ତ୍ତନ; କ୍ଷମତାକୁ ଆସିବ କଂଗ୍ରେସ: ସୋଫିଆ ଫିର୍ଦୋସ୍

ଭୁବନେଶ୍ୱର,୨୦।୯: ଓଡ଼ିଶାରେ ୨୪ ବର୍ଷରୁ ଅଧିକ ସମୟ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ରହିବା ପରେ ସରକାର ପରିବର୍ତ୍ତନ ହୋଇଛି।ରାଜ୍ୟର ନୂତନ ସରକାର...

‘ବ୍ୟାଙ୍କରୁ ସୁଭଦ୍ରା ଟଙ୍କା ନ ଉଠାଇଲେ ସରକାର…’, ଜାଣନ୍ତୁ କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୯: ସୁଭଦ୍ରାକୁ ନେଇ ଭ୍ରମିତ ନହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସେ କହିଛନ୍ତି, ସୁଭଦ୍ରାକୁ ନେଇ ଅନେକ ଗୁଜବ ସୃଷ୍ଟି କରାଯାଉଛି, ଭ୍ରମିତ ହୁଅନ୍ତୁନି।...

ସେପ୍ଟେମ୍ବର ୨୩ରେ କଳାଦିବସ ପାଳନ କରିବାକୁ ପ୍ରସ୍ତୁତି

ଛତ୍ରପୁର, ୨୦।୯(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାର ୨୦୨୦ରେ ୪୫ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ ଆଇନରେ ପରିଣତ କରିଥିବା ଦିବସକୁ କଳା ଦିବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri