ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳ: କେଉଁଠି ରହିବେ ବିପନ୍ନ

ତିହିଡ଼ି,୨୩।୧୦(ସଞ୍ଜିତ ବଳ): ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଲୋକେ ଆତଙ୍କିତ। ଏହାର ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି। ବିପନ୍ନଙ୍କ ଆଶ୍ରୟ ପାଇଁ ଖୋଜା ପଡ଼ୁଛି ବାତ୍ୟା ଆଶ୍ରୟସ୍ଥଳ। ତିହିଡ଼ି ବ୍ଲକରେ କେଉଁଠି ଆଶ୍ରୟସ୍ଥଳ ବିପଦସଙ୍କୁଳ ତ କେଉଁଠି ବିଦ୍ୟୁତ୍‌ ସଂଯୋଗ, କବାଟ ଓ ଝରକା ନାହିଁ। ଏପରିକି ଆଶ୍ରୟସ୍ଥଳ ମରାମତି ନାଁରେ ଅର୍ଥ ହରିଲୁଟ୍‌ ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ବାତ୍ୟା ଆଶ୍ରୟସ୍ଥଳର ଦୁରବସ୍ଥାକୁ ନେଇ ମଙ୍ଗଳବାର କେତେକ ପଞ୍ଚାୟତର ସରପଞ୍ଚ ଓ ଆଶ୍ରୟସ୍ଥଳର ସମ୍ପାଦକ କ୍ଷୋଭ ପ୍ରକାଶ କରିଛନ୍ତି। ତିହିଡ଼ି ପଞ୍ଚାୟତ ସମିତି ସଭାଗୃହରେ ବିଡିଓ ଜ୍ୟୋତିର୍ମୟ କରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକରେ ସେମାନେ କ୍ଷୋଭ ପ୍ରକାଶ କରିବା ସହ ଆଶ୍ରୟସ୍ଥଳ ବିପନ୍ନଙ୍କ ଆଶ୍ରୟ ପାଇଁ ଅନୁପଯୁକ୍ତ ବୋଲି କହିବା ପରେ ଏହା ପ୍ରଶାସନ ପାଇଁ ମୁଣ୍ଡବ୍ୟଥା ପାଲଟିଛି। ବିଡିଓ ସନ୍ଧ୍ୟା ସୁଦ୍ଧା ବାତ୍ୟା ଆଶ୍ରୟସ୍ଥଳରେ ପାନୀୟ ଜଳ, ବିଦ୍ୟୁତ୍‌ ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିବାକୁ ବୈଠକରେ ଉପସ୍ଥିତ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ପଞ୍ଚାୟତ ଅଧୀନ ତିଆଡ଼ିସାହି ବାତ୍ୟା ଆଶ୍ରୟସ୍ଥଳ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଛାତ ଭାଙ୍ଗି ଖସୁଥିବାରୁ ଆଶ୍ରୟସ୍ଥଳ ଭୁଶୁଡ଼ି ପଡ଼ିବାର ସମ୍ଭାବନା ଥିବା ଅଭିଯୋଗ ହୋଇଥିଲା। ସେଠାରେ ମଧ୍ୟ ପାନୀୟ ଜଳ, ବିଦ୍ୟୁତ୍‌ ବ୍ୟବସ୍ଥା ନ ଥିବା ବେଳେ ଆଶ୍ରୟସ୍ଥଳର ଝରକା କବାଟ ନାହିଁ। ଏଣୁ ସେଠାରେ ବିପନ୍ନଙ୍କ ରହିବା ନିରାପଦ ନୁହେଁ ବୋଲି ସରପଞ୍ଚ ଚକ୍ରଧର ଦାସ ଏବଂ ଆଶ୍ରୟସ୍ଥଳ ସମ୍ପାଦକ ନୃସିଂହ ମହାକୁଡ଼ ଦର୍ଶାଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, କରୋନା କାଳରେ ଆଶ୍ରୟସ୍ଥଳ ମରାମତି, କୋଭିଡ଼ ଯନତ୍ ଗୃହ ନିର୍ମାଣ ନିମନ୍ତେ ୮ ଲକ୍ଷ ୧୫ ହଜାର ଟଙ୍କା ଅନୁଦାନ ମିଳିଥିଲା। ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରାଯାଇ ଅର୍ଥ ହରିଲୁଟ୍‌ ହୋଇଥିବାରୁ ଏପରି ଦୁରବସ୍ଥା ଉପୁଜିଥିବା ସେମାନେ ଦର୍ଶାଇଥିଲେ। ସେହିପରି ବାହାବଳପୁର ବାତ୍ୟା ଆଶ୍ରୟସ୍ଥଳ ସମ୍ପାଦକ ବିପିନ ବେହେରା ଦର୍ଶାଇଥିଲେ ଯେ, ଆଶ୍ରୟସ୍ଥଳରେ ବିଦ୍ୟୁତ୍‌ ସଂଯୋଗ, ଝରକା, କବାଟ ନ ଥିବାବେଳେ ଏହା ପାରାଙ୍କ ନିବାସସ୍ଥଳ ପାଲଟିଛି। ବର୍ଷ ବର୍ଷ ଧରି ମରାମତି ହୋଇ ନ ଥିବାରୁ ସେଠାରେ ବିପନ୍ନଙ୍କ ରହିବା ଆଦୌ ନିରାପଦ ନୁହେଁ। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ପରେ ବି ପଦକ୍ଷେପ ନିଆଯାଇ ନ ଥିବା ସେ ପ୍ରକାଶ କରିଥିଲେ। ସେହିପରି ଶ୍ୟାମସୁନ୍ଦରପୁର ବାତ୍ୟା ଆଶ୍ରୟସ୍ଥଳ ଛାତରୁ ପାଣି ଗଳୁଥିବା ସରପଞ୍ଚ ପବିତ୍ର ମୋହନ ଦାସ ଦର୍ଶାଇଥିଲେ। ତେବେ ଆଶ୍ରୟସ୍ଥଳ ସମ୍ପର୍କରେ ବିବରଣୀ ମିଳବା ପରେ ବିପନ୍ନଙ୍କୁ ନିକଟସ୍ଥ ହାଇସ୍କୁଲ ଅଥବା ନିରାପଦ ସ୍ଥାନରେ ଥଇଥାନ କରାଯିବ ବୋଲି ବିଡିଓ ସୂଚନା ଦେଇଥିଲେ। ଗର୍ଭବତୀ ମହିଳାମାନଙ୍କୁ ତିହିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯିବା ବ୍ୟବସ୍ଥା ହୋଇଥିବା ବିତ୍ତୀୟ ଅଧିକାରୀ ବିପ୍ଳବ ରଞ୍ଜନ ପତି ସୂଚନା ଦେଇଥିଲେ।
ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ଏବିଡିଓ ମାନସ କୁମାର ଜେନା, ଜିପିଓ ପ୍ଲାବନ ପଣ୍ଡା, ତ୍ରିବେଣୀ ଟ୍ରଷ୍ଟର ଅଧ୍ୟକ୍ଷା ରଞ୍ଜୁଲତା ଗାହାଣ ଯୋଗ ଦେଇଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନୀହାର ରଞ୍ଜନ ରାଉତ, ଜଳ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ମାନସୀ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ଲଲାଟେନ୍ଦୁ ପାଲ, ଅଲେଖ ତିର୍କୀ, ସରପଞ୍ଚ ଉଦ୍ଧବ ଚରଣ ନାୟକ, ସଞ୍ଜୀବ ବେହେରା, ପୁଷ୍ପାଞ୍ଜଳି ଲେଙ୍କା, କୁନ୍ତଳା ମଲିକ, ଯଶୋଦା ମଲ୍ଲିକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟାର ପ୍ରକୋପ ଏହି ଜିଲାରେ ପଡ଼ିବ ବେଶୀ : ୭ ଜିଲାରେ ଭୟଙ୍କର ସ୍ଥିତି, ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୩।୧୦: ସୃଷ୍ଟି ହେଲା ବାତ୍ୟା। । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଦାନା’। ଗଭୀର ଅବପାତ ବାତ୍ୟାର ରୂପ ନେଇଥିବା ସୂଚନା ମିଳିଛି।...

ଜୀବନଜୀବିକା ହେବ ସହଜ, ଶହ ଶହ ହେକ୍ଟର ଜମିକୁ ସେଚନ ବ୍ୟବସ୍ଥା

ଦାରିଙ୍ଗବାଡି,୨୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମାତ୍ର ୧୦ ପ୍ରତିଶତ ଜଳ ସେଚିତ ଜମି ରହିଛି। ଭୌଗୋଳିକ ସ୍ଥିତି ଦେଖିଲେ ପାହାଡିଆ ଓ...

ସ୍କୁଟି ରଖି ନଦୀକୁ ଡେଇଁଲେ ଅଜଣା ବ୍ୟକ୍ତି, ଅଗ୍ନିଶମ ବିଭାଗର ସନ୍ଧାନ ଜାରି

ଛତ୍ରପୁର,୨୩।୧୦ ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ: ଗଞ୍ଜାମ ଥାନା ଅଧିନ ଋଷିକୁଲ୍ୟା ପୋଲ ନିକଟରେ ସ୍କୁଟି ରଖି ନଦୀକୁ ଡେଇଁ ପଡିଛନ୍ତି ଜଣେ ଅଜଣା ବ୍ୟକ୍ତି। ଘଟଣାର...

ଗଭୀର ଅବପାତ ନେଲା ବାତ୍ୟାର ରୂପ: ରାଡାର ଇମେଜରେ ଦୁଶ୍ୟମାନ ହେଲା ବାତ୍ୟାର ଚିତ୍ର

ଭୁବନେଶ୍ୱର,୨୩।୧୦: ସୃଷ୍ଟି ହେଲା ବାତ୍ୟା। । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଦାନା’। ଗଭୀର ଅବପାତ ବାତ୍ୟାର ରୂପ ନେଇଥିବା ସୂଚନା ମିଳିଛି।...

କୁଚିଣ୍ଡା ନାବାଳିକା ଗଣବଳାତ୍କାର ମାମଲା: ମନ୍ତ୍ରୀଙ୍କ ଇସ୍ତଫା ଦାବିକଲା ବିଜେଡି

କୁଚିଣ୍ଡା,୨୩ା୧୦(ବିରଞ୍ଚି ଦର୍କା):ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଞ୍ଚଳରେ ଜଣେ ଦଳିତ ନାବାଳିକାଙ୍କୁ ଅପହରଣ ପରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ରାଜନୈତିକ...

ବାତ୍ୟା ପାଇଁ ଭୟଭୀତ ହୁଅନ୍ତୁନି: ବିଏମ୍‌ସି ପକ୍ଷରୁ ୮୦ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ

ଭୁବନେଶ୍ୱର, ୨୩।୧୦ (ବନ୍ଦନା ସେଠୀ):ସମ୍ଭାବ୍ୟ ବାତ୍ୟା ‘ଦାନା’ର ସଫଳ ମୁକାବିଲା କରିବା ପାଇଁ ବିଏମ୍‌ସି ପକ୍ଷରୁ ମଙ୍ଗଳବାର ଆଉ ଏକ ସମୀକ୍ଷା ବୈଠକ ମୁଖ୍ୟାଳୟସ୍ଥିତ ଏକାମ୍ର...

ପରିବା ଦର ଆକାଶଛୁଆଁ: ପିଆଜ ୭୦, ଆଉ ଆଳୁ…

ବାରଙ୍ଗ,୨୩।୧୦(ଲିଙ୍ଗରାଜ ରାଉତ) ସମ୍ଭାବ୍ୟ ବାତ୍ୟା ‘ଦାନା’ର ପ୍ରଭାବ ଏବେଠାରୁ ବାରଙ୍ଗ ଅଞ୍ଚଳରେ ଦେଖିବାକୁ ମିଳିଛି। ବାରଙ୍ଗ ବଜାର ପରିବା ମାର୍କେଟରେ ପରିବା ମୂଲ୍ୟ ଅହେତୁକ ଭାବେ...

ପାଟଣାର ଝିଅ ପ୍ରିୟଦର୍ଶିନୀପାଇଲେ ଓଏଏସ୍: କହିଲେ ମହିଳା ସଶକ୍ତୀକରଣ ପାଇଁ…

ପାଟଣା,୨୨ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡୁମୁରିଆ ପଞ୍ଚାୟତ ତଣ୍ଡୋ ଗ୍ରାମର ପ୍ରୀୟଦର୍ଶିନୀ ନାଏକ ଓଡ଼ିଶା ପ୍ରଶାସନିକ ସେବାରେ ୬୫୬ ର଼୍ୟାଙ୍କ ରଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri