ନୁଆଦିଲ୍ଲୀ,୨୮।୨: ହାଇଦ୍ରାବାଦ ସହରର ଏକ ଦୋକାନ ବଜାରରେ ବିକ୍ରି ହେଉଥିବା କ୍ୟାଡବରୀ ଡେରି ମିଲ୍କ ଚକୋଲେଟର ଦୁଇଟିରେ ଧଳା କିଟ ବାହାରିବା ପରେ ଏହା ଖାଇବାକୁ ଅନୁପଯୋଗି ଘୋଷଣା କରାଯାଇଛି । ତଲେଙ୍ଗାନା ଷ୍ଟେଟ୍ ଫୁଡ ଲାବୋରେଟାରୀ(SFL) ଘୋଷଣା କରିଛି ଯେ ଚକୋଲେଟ ଗୁଡିକ ଖାଇବା ଅସୁରକ୍ଷିତ।
ଫେବୃଆରୀ ୯ ରେ ହାଇଦ୍ରାବାଦର ଆମେରପେଟ ସ୍ଥିତ ରତ୍ନାଦୀପ ମେଟ୍ରୋ ସୁପର୍ ବଜାରରେ କିଣାଯାଇଥିବା ଚକୋଲେଟରେ ପୋକ ମିଳିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଦୁଇଟି ଚକୋଲେଟ, କ୍ୟାଡବରୀର ଡେରି ମିଲ୍କ୍ ରୋଷ୍ଟେଡ୍ ଆଲମଣ୍ଡ(ଭଜା ବାଦାମ) ଏବଂ କ୍ୟାଡବିରୀର ଫ୍ରୁଟ୍ ମିଲ୍କ୍ (ଫଳ ଏବଂ ବାଦାମ) ରେ ଧଳା ପୋକ ଦେଖିବାକୁ ମିଳିଥିଲା।