ଛାତ୍ରୀଙ୍କୁ ସ୍କୁଲ ଛାଡୁ ତାଲିବାନ: ୟୁଏନ୍‌ଏସ୍‌ସି

ଓ୍ବାଶିଂଟନ, ୨୯।୩: ଆଫଗାନିସ୍ତାନ ଛାତ୍ରୀମାନଙ୍କୁ ସ୍କୁଲରେ ପାଠ ପଢ଼ିବା ପାଇଁ ଅନୁମତି ଦେବାଲାଗି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ତାଲିବାନ ସରକାରଙ୍କୁ ପରାମର୍ଶ ଦେଇଛି। ଗତ ୨୩ ତାରିଖରେ ସ୍କୁଲ ଖୋଲିବାର କିଛି ସମୟ ପରେ ଛାତ୍ରୀ ପାଠ ପଢୁଥିବା ସ୍କୁଲଗୁଡ଼ିକୁ ତାଲିବାନ୍‌ ବନ୍ଦ ଘୋଷଣା କରିଥିଲା। ଇସ୍‌ଲାମିକ ଲ’ ଜରିଆରେ ସ୍ବତନ୍ତ୍ର ନିୟମ ଲାଗୁ ପରେ ଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲାଯିବ ବୋଲି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ଏହାକୁ ବିରୋଧ କରି ଛାତ୍ରୀ ଓ ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମଧ୍ୟ ତାଲିବାନ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ଆସି ନାହିଁ।

Share